ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଡୁଙ୍ଗୁରିପାଲି/ସୋନପୁର : ଅଦ୍ୟ ତା.୨୩.୦୧.୨୦୨୫ ଗୁରୁବାର ପୂର୍ବାହ୍ନ ପ୍ରାୟଃ ୧୦ ଟା ୩୦ ମି. ସମୟରେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର ନିକଟସ୍ଥ ସାହାଜବାହାଲ ଗ୍ରାମର ନିଜ ବାସଭବନରେ ପରୋପକାରୀ ପୁରୁଷ ଶେଷଦେବ ପୁଟେଲଙ୍କ ୮୦ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନୀତ ବିୟୋଗ ହେବାର ସୂଚନା ମିଳିଛି । ୧୯୪୫ ମସିହା ଫେବୃୟାରୀ ୧୮ ତାରିଖରେ ସ୍ବର୍ଗତ ପିତା-ମାତା ଈନ୍ଦ୍ରମଣୀ ଓ ସାଏବାନୀଙ୍କ କୋଳରେ ଜନ୍ମଗ୍ରହଣ କରିଥିବା ଏହି ବ୍ୟକ୍ତି ଜଣକ ଅଞ୍ଚଳର ସାମାଜିକ କାର୍ଯ୍ୟରେ ପ୍ରାୟଃ ସମୟ ଦେବା ସହିତ ଜଣେ ଅଗ୍ରଣୀ ଚାଷୀ ଭାବେ ବେଶ୍ ଜଣାଶୁଣା ଥିଲେ । ଏହା ସହିତ ସେ କୋଶଳିଆ ମାଳୀ ସମାଜର ପ୍ରତିଷ୍ଠାତା ତଥା ରାଜ୍ୟ ସଭାପତି ଭାବେ ଦାୟୀତ୍ବ ତୁଲାଇ କୃତିତ୍ବ ଅର୍ଜନ କରିବା ସହିତ ଜଣେ ଦରଦୀହୃଦୟ ବ୍ୟକ୍ତିତ୍ବରେ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ହୃଦୟରେ ଅମର ହୋଇ ରହିଥିବେ । ତାଙ୍କ ମର ଶରୀରକୁ ବିସଭବନରୁ ଶ୍ମଶାନ ଭୂଇଁ ପର୍ଯ୍ୟନ୍ତ ମହାସମାରୋହରେ ଏକ ଶୋଭାଯାତ୍ରାରେ ନିଆଯାଇଥିଲା । ଜୈଷ୍ଠ ପ୍ରତ୍ର ସରୋଜ କୁମାର ପୁଟେଲ ମୁଖାଗ୍ନି ଦେଇଥିଲେ । ସେ ତାଙ୍କ ପଛରେ ବିଧବା ପତ୍ନୀ, ପାଞ୍ଚ ପୁତ୍ର, ଦୁଇ ଝିଅଙ୍କ ସମେତ ନାତୀନାତୁଣୀ ମାନଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top