

ଆମ ସଂସ୍କୃତି ଓ ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୁଡ଼ଭେଲା/ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ନଅଗାଁ କଲୋନିପଡା ଠାରେ ଆମ ସଂସ୍କୃତି ଓ ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଧ୍ବଜ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କାଉନସିଲର ମିତାଲି ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ କୁଳମଣୀ ନାଏକ, ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ସି.ଆର୍.ସି.ସି ଜଗମୋହନ ତ୍ରିପାଠୀ, ଶିକ୍ଷକ ପୁରନ ମେହେର, ଶିକ୍ଷକ ବେଣୁଧର ପୁଝାହାରୀ, ଧରଣୀଧର ଭୋଇ, ଶୋଭାକର ସାହୁ, ସୁରଥ ବଗର୍ତ୍ତୀ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ । ଏହି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ପ୍ରତ୍ୟେକ ବର୍ଷ ଆଦର୍ଶ, ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରୁଥିବାରୁ ଅତିଥିଗଣ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଏହି ଅବସରରେ ଅତିଥିଙ୍କ କରକମଳରେ ପୁରଷ୍କୃତ କରାଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ବେଣୁଧର ପୁଝାହାରୀ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।



