ବରପାଲିରେ ହିନ୍ଦୁ ସମାଜ ଓ ସାମାଜିକ ବୈଷୟିକ ଆଲୋଚନାଚକ୍ର

ବରପାଲିରେ ହିନ୍ଦୁ ସମାଜ ଓ ସାମାଜିକ ବୈଷୟିକ ଆଲୋଚନାଚକ୍ର

ବରଗଡ/ବରପାଲି : ବରଗଡ ଜିଲ୍ଲା ବରପାଲି ସ୍ଥାନୀୟ ଡ. ବି.ଆର୍ ଅମ୍ବେଦକର ଭବନ ଠାରେ ପଶ୍ଚିମ ଓଡ଼ିଶା ସମ୍ବିଧାନ ସୁରକ୍ଷା ମଞ୍ଚ, ବରଗଡ଼ ଆନୁକୂଲ୍ୟରେ ସଭାପତି ପବିତ୍ର ଦେହେରୀଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ସମାଜ ଓ ସାମାଜିକ ବିଷୟକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ୟୁନିୟନ ବ୍ୟାଙ୍କ ଭ୍ୟନେଜର ନରେନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଭାବେଇଂ ଦ୍ବିତୀୟା ଗର୍ଡିଆ, ଅଧ୍ୟାପକ ସଞ୍ଜିବ ସୁନା, ଟିକେଶ୍ବରୀ ଛତର, ଅଲିମ ରିଜ଼ବି, ସୁରେନ୍ଦ୍ର କୁମାର ସୁନା, ବାଲକିଶୋର ଛତର, ସୌଭାଗ୍ୟ ପାତ୍ର, ସଂଯୁକ୍ତା ସୁନା, ଗଦାଧର ନିଆଲ, ବିପ୍ର ଚରଣ ଜୟପୁରିଆ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତ ମନ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ହିନ୍ଦୁ ସମାଜରେ ଘୃନ୍ୟ ଜାତି ପ୍ରଥା, ବେଦଭାବ ସମ୍ବନ୍ଧୀୟ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ବିଷୟ ଉପରେ ଶାନ୍ତିପୂର୍ଣ୍ଣ ଏବଂ ସକାରାତ୍ମକ ଭାବରେ ଆଲୋଚନା କରାଯାଇଥିଲା । ସମାଜର ଏକତା, ଭାଇଚାରା, ସାମାଜିକ ସମାନତା, ଶିକ୍ଷା, ଯୁବପିଢିର ଭୂମିକା, ମହିଳାଙ୍କ ସମ୍ମାନ ଓ ଆମ ସାଂସ୍କୃତିକ ପରମ୍ପରାର ସୁରକ୍ଷା ବିଷୟରେ ମତ ବିନିମୟ ହୋଇଥିଲା । ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଦେଇ ସମସ୍ତ ନାଗରିକଙ୍କ ମଧ୍ୟରେ ସମାନତା, ଭାଇଚାରା ଓ ପରସ୍ପର ମଧ୍ୟରେ ସମ୍ମାନ ବଜାୟ ରଖିବା ଉପରେ ସଭାରେ ଗୁରୁତ୍ୱ ଦିଆଯାଇଥିଲା । ଶଊେଷରେ ସମାଜର ଉନ୍ନତି ଓ ଶାନ୍ତି ପାଇଁ ସମସ୍ତେ ମିଳିତ ଭାବରେ କାମ କରିବାକୁ ସଙ୍କଳ୍ପ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top