

ଭୋଜେଶ୍ବର ଠାକୁରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା
ବରଗଡ଼/ବିଜପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ଼ବ୍ରାହ୍ମଣୀ ଗ୍ରାମରେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ତଥା ଶିକ୍ଷକ ନେତା ଭୋଜେଶ୍ବର ଠାକୁରଙ୍କ ଦ୍ବାଦଶାହ ଗଙ୍ଗାଶ୍ରାଦ୍ଧ ଉପଲକ୍ଷେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବେଣୁଧର ମିଶ୍ରଙ୍କ ସଭାପତିତ୍ବରେ କରିଥିଲେ । ହୀରାକୁଦ ଡ୍ୟାମ୍ ବୁଡି ଅଞ୍ଚଳ ଭିକମପାଲିରୁ ଆସି ଏଠିକାର ସ୍ଥାୟୀ ବାସୀନ୍ଦା ହୋଇଥିବା ଦିବଙ୍ଗତ ଶିକ୍ଷକ ଶ୍ରୀ ଠାକୁର ଜଣେ ଆଦର୍ଶ ଶିକ୍ଷକ ହେବା ସହିତ ଶିକ୍ଷକ ସଂଗଠନର ଟାଣୁଆ ନେତା ଭାବରେ ପରିଚୟ ସାଉଁଟିଥିଲେ । ବିଜେପୁର ବ୍ଲକ୍ ଓ ପରେ ବରଗଡ଼ ଜିଲ୍ଲାର ସଭାପତି ଦାୟିତ୍ବ ନିର୍ବାହ କରିବା ସାଙ୍ଗକୁ ଆଜୀବନ ରାଜ୍ଯ ସଂଗଠନର ଉପଦେଷ୍ଟା ଭାବେ କାର୍ଯ୍ୟରତ ଥିଲେ। ତିନିଜଣ ଝିଅ ଓ ତିନିଜଣ ପୁଅଝିଅଙ୍କ ବିବାହ ଆଦି ସାଂସାରିକ କାର୍ଯ୍ୟ ସମ୍ପନ୍ନ କରି ଅଶୀ ବର୍ଷ ବୟସରେ ସେ ଦେହତ୍ୟାଗ କରିଛନ୍ତି । ତାଙ୍କର ଜ୍ୟେଷ୍ଠ ପୁତ୍ର ସୁରେଶ ମୁଖାଗ୍ନି ଦେବା ସହିତ ପବିତ୍ର ଗଙ୍ଗା ତ୍ରିବେଣୀ ସଙ୍ଗମଠାରେ ଅସ୍ଥି ପ୍ରବାହ କରି ତାଙ୍କର ଅମର ଆତ୍ମାର ନିମିତ୍ତ ପ୍ରାର୍ଥନା କରିଥିଲେ । ଏହି ଶୋକସଭାରେ ଶିକ୍ଷକ ସଂଘର ପୂର୍ବତନ ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରମୋଦ ଝାଙ୍କର, ପୂର୍ବତନ ଜିଲ୍ଲା ସମ୍ପାଦକ ଚଞ୍ଚଳ ମିଶ୍ର, ସୁରେନ୍ଦ୍ର କୁମାର ଦାଶ, ତେଜରାଜ ହୋତାଙ୍କ ସମେତ ପୂର୍ବତନ ବିଧାୟକ ଅଶୋକ କୁମାର ପାଣିଗ୍ରାହୀ, ହସ୍ତତନ୍ତ ସହଯୋଗ ସମିତିର ରାଜ୍ୟ ସଭାପତି ଜନାର୍ଦ୍ଦନ ସାହୁ, ବିଜେପୁର ବ୍ଲକର ସ୍ବନାମଧନ୍ୟ ଶିକ୍ଷକ ତଥା ପ୍ରାକ୍ତନ ସଭାପତି ସ୍ବାଧୀନ କୁମାର ସାହୁ, ପ୍ରେମରାଜ ପଧାନ, ସୋହେଲା କୃଷ୍ଣଚନ୍ଦ୍ର ଦେବତା, ଖୁଣ୍ଟପାଲି ସ୍କୁଲ ଚେୟାରମେନ ସୌଦାଗର ଭୁଏ, ସ୍ଥାନୀୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ, ଦୋରା କଲେଜ ଅଧ୍ୟାପକ ଜଗଦୀଶ ଭୋଇ, ଶିକ୍ଷକ ଅକ୍ଷୟ ସାହୁ ଆଦି ବ୍ୟକ୍ତି ବିଶେଷ ସ୍ବର୍ଗତ ଠାକୁରଙ୍କ ସ୍ମୃତିଚାରଣ ପୂର୍ବକ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ହଜାର ହଜାର ଲୋକଙ୍କ ସମାଗମରେ ପୂର୍ବତନ ମନ୍ତ୍ରୀ ଶ୍ରୀମତି ରୀତା ସାହୁ ମଧ୍ୟ ପହଞ୍ଚି ପରିବାରବର୍ଗଙ୍କୁ ଶାନ୍ତ୍ବନା ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷିରେ ମାଷ୍ଟର ବରୁଣ ପାର୍ଟିର ମ୍ୟୁଜିକ୍ ସମଗ୍ର ପରିବେଶକୁ ଭାବଗମ୍ଭୀର କରିଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମରାଜ ପଟେଲ ସୁଚାରୁ ରୂପେ ସଭା ପରିଚାଳନା ଦାୟୀତ୍ବ ତୁଳାଇଥିବା ବେଳେ ଶିକ୍ଷକ ଭୋଜରାଜ ମଲ୍ଲିକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





