ସ୍ବାସ୍ଥ୍ୟକର ପରିବେଶ ଏକ ସମୃଦ୍ଧ ଭବିଷ୍ୟତର ମୂଳଦୁଆ

ସ୍ବାସ୍ଥ୍ୟକର ପରିବେଶ ଏକ ସମୃଦ୍ଧ ଭବିଷ୍ୟତର ମୂଳଦୁଆ

ସମ୍ବଲପୁର : ସାମୂହିକ ପ୍ରତିବଦ୍ଧତାକୁ ନବୀକରଣ କରିବା ସହିତ ନିରନ୍ତର ଜୀବନଯାପନ, ପରିବେଶ ସୁରକ୍ଷା, ପ୍ରାକୃତିକ ସମ୍ପଦର ଦାୟିତ୍ୱପୂର୍ଣ୍ଣ ପରିଚାଳନା ଏବଂ ଆଗାମୀ ପିଢି ପାଇଁ ଏକ ସବୁଜମୟ ପୃଥିବୀ ସୃଷ୍ଟି କରିବା ପାଇଁ ସଂକଳ୍ପ ନେବା ନେଇ କେବଳ ବିଶ୍ୱ ପରିବେଶ ଦିବସ, ଜାତୀୟ ବନ ମହୋତ୍ସବ ସପ୍ତାହ ମାନଙ୍କରେ ଗଛ ଲଗାଇବା ବ୍ୟତିତ ସମାଜର ସବୁ ବର୍ଗର ଲୋକ ମାନଙ୍କୁ ଜାଗୃତ କରିବା ଓ ସେମାନଙ୍କ ସହଯୋଗରେ ଆମ ଧରାପୃଷ୍ଠକୁ ସବୁଜମୟ କରିବା ଉଦ୍ଦେଶ୍ୟରେ ଆଜି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, ଭୀମଭୋଇ ତରୁଣ ବ୍ୟବସାୟୀ ଶାଖା, ବୁଢ଼ାରଜା ନଗର, ସମ୍ବଲପୁରର ସମସ୍ତ ସ୍ବୟଂସେବକ, ସମ୍ବଲପୁର ମହାନଗର ସେବା ପ୍ରମୁଖ ଶ୍ରୀ ହରି ହରିପାଲ, ସେବା ଭାରତୀ ସମ୍ବଲପୁରର ସଭାପତି ଶ୍ରୀଯୁକ୍ତ ବିବେକାନନ୍ଦ ଦାଶ, ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର, କୃଷ୍ଣଚନ୍ଦ୍ର ସ୍ୱାଇଁ, ବିଶ୍ୱରଂଜନ ଜେନା, ଦାଶରଥି ବେହେରା, ଧର୍ମେନ୍ଦ୍ର ପାଣ୍ଡେ , କୁନି ସ୍ବୟଂସେବକ ଦିବ୍ୟାଂଶ ପାଣ୍ଡେ, ଅଶୋକ ସିଂ, ରମାକାନ୍ତ ବେହେରା, ବାବୁଲାଲ ଛନ୍ଦ, ବିଶ୍ବ ନାରାୟଣ ଧର, ଭାସ୍କର ମାର୍ଥା, ସାଣ୍ଡିଲ୍ୟ କଲେଜର ସଭାପତି / ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ବାରିକ ଓ ତାଙ୍କ କଲେଜର ଛାତ୍ରମାନେ ଆୟୁଷ,

ବିମଲ୍, ନିହାର, ସତ୍ୟ, ସାହିଲ, ପିଣ୍ଟୁ, ଅମନ୍, ଶୁଭମ୍, ପ୍ରୀତମ, ବବି, ସୁନୀଲ, ଦେବାଶିଷ, ରିତିକ, ରିଶିରାଜ୍, କ୍ରୀତିକ, କୌଶିକ ଆଦି, ଭାରତୀୟ ଯୋଗ ସଂସ୍ଥାନ ସମ୍ବଲପୁରର ମୁଖ୍ୟ ଶ୍ରୀଯୁକ୍ତ ପ୍ରାଣବନ୍ଧୁ ବେହେରା ପୁଷ୍ପାଞ୍ଜଳୀ ଠାକୁର, ଶାନ୍ତିଲତା ପାଣ୍ଡେ, ସୁମା ନାନୀ , ବୀରେନ୍ଦ୍ର ମେହେର, କାଶୀରାମ ପ୍ରଧାନ, ଅକ୍ଷୟ ଚାନ୍ଦ ଆଦି ସଦସ୍ୟ/ସଦସ୍ୟା, ସମସ୍ତଙ୍କର ମାର୍ଗଦର୍ଶକ ଜୟଦେବ ବଗର୍ତ୍ତୀ, ଅନୁପ ବହୁଗୁଣା, ନିରଞ୍ଜନ ଦାଶ, ନେପାଳ ପଣ୍ଡା ଏବଂ ସ୍ଥାନୀୟ ଜନତାଙ୍କ ସହଯୋଗରେ ଆଜି ସ୍ଥାନୀୟ ଭୀମ ଭୋଇ ପାର୍କ ସମ୍ମୁଖରେ ସଜନା, ଅମୃତଭଣ୍ଡା, ପିଜୁଳି, ତୁତ୍, ଲେମ୍ବୁ, ଅଁଳା, ନିମ୍ବ, ପଣସ ଅର୍ଜ୍ଜୁନ, ଶାଗୁଆନ ଆଦି ବୃକ୍ଷଚାରା ପାଖାପାଖି ୯୦ ଜଣରୁ ଅଧିକ ପ୍ରକୃତି ପ୍ରେମୀଙ୍କୁ ବୃକ୍ଷଚାରା ବଣ୍ଟନ କରାଯାଇଥିଲା ।

ତତ୍ ସହିତ ପାର୍କ ପଛପଟେ ଥିବା ପୋଖରୀ ହୁଡ଼ାରେ ନିମ୍ବ, ପଣସ, ଆମ୍ୱ, ଜାମୁ ଓ ଆହୁରି ଅନେକ ବୃକ୍ଷଚାରା ରୋପଣ କରାଯିବା ସହିତ ଶପଥ ପାଠ କରାଯାଇଥିଲା । “ଏକ୍ ପେଡ୍ ମାଁ କେ ନାମ୍” ପ୍ରଧାନମନ୍ତ୍ରୀ ମୋଦୀଜୀ କରିଥିବା ଆହ୍ୱାନକୁ ସଫଳ ଓ ସାର୍ଥକ କରିବା, ବ୍ୟାପକ ଗଛ ଲଗାଇବା, ସୁରକ୍ଷା ଦେବା ଏବଂ ବଡ଼ କରିବା ଆଗାମୀ ପିଢିର ଭବିଷ୍ୟତକୁ ସରସ ଓ ସୁନ୍ଦର କରିବାରେ ସମସ୍ତେ ନିଜର କର୍ତ୍ତବ୍ୟ ପ୍ରତିପାଦନ କରିବା ବିଧେୟ ।

Leave a Comment

Your email address will not be published. Required fields are marked *

Scroll to Top