

ଶିଶୁଙ୍କ ପ୍ରଗତି ପାଇଁ ନୂତନ ଶିକ୍ଷା ନୀତି ଏକ ଆଲୋକବର୍ତ୍ତିକା
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ କ୍ଲଷ୍ଟରରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜାରିଂ ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ପ୍ରଧାନ ଶିକ୍ଷକ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଲେମଧର ସେବାଶ୍ରମ ବିଦ୍ୟାଳୟରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହେଇଥିଲା । ଜାରିଂ ସ୍କୁଲର ପ୍ରଧାନଶିକ୍ଷକ ଭାଦ୍ରବ ପାଣ୍ଡେ, ବରିଷ୍ଠ ଶିକ୍ଷକ ବାସୁଦେବ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷକ ଅନ୍ତର୍ଯ୍ୟାମୀ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜାରିଂ ଶିକ୍ଷା ସର୍କଲର ଅଧିକାରୀ ତଥା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବୈଠକ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶିଶୁଙ୍କ ପ୍ରଗତି ପାଇଁ ନୂତନ ଶିକ୍ଷା ନୀତି ଏକ ଆଲୋକବର୍ତ୍ତିକା । ତେଣୁ ଏହାର ସଫଳତା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ଆଲୋଚନା ହୋଇଥିଲା । ପରେ ଶୈକ୍ଷିକ ଦିଗର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଦଶ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ । ସହକାରୀ ଶିକ୍ଷୟିତ୍ରୀ ଟିକେଶ୍ବରୀ ସେଠ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସିଆରସିସି ବାସୁଦେବ ପ୍ରଧାନଙ୍କ ଆବାହକତ୍ବରେ ବାରଗୋଡାରେ, ସିଆରସିସି ପ୍ରଫୁଲ୍ଲ ଭୋଇଙ୍କ ଆବାହକତ୍ବରେ ଆଇମାଳରେ, ସିଆରସିସି ସୀତାରାମ ଦୀପଙ୍କ ଅବାହକତ୍ବରେ ବରମୁଣ୍ଡାରେ, ହେମନ୍ତ କୁମାର ଆରୁକଙ୍କ ଆବାହକତ୍ବରେ ପଥର୍ଲାରେ, ପ୍ରକାଶ ମହାନନ୍ଦଙ୍କ ଆବାହକତ୍ବରେ ଲାଉମୁଣ୍ଡାରେ, ଦୁର୍ବାଦଳ ବଡଗୋଛିଆଙ୍କ ଆବାହକତ୍ବରେ କୁର୍କୁଟାରେ, ପ୍ରଭାତ ରଞ୍ଜନ ସାହୁଙ୍କ ଆବାହକତ୍ବରେ ଚାରପାଲିରେ, ନବୀନ କୁମାର ସାହୁଙ୍କ ଆବାହକତ୍ବରେ ପଡାରେ, ସୁଧାଂଶୁ ଶେଖର ଜାଲଙ୍କ ଆବାହକତ୍ବରେ ମନୋହରପାଲିରେ, ତ୍ରିନାଥ ସେଠଙ୍କ ଆବାହକତ୍ବରେ ପ୍ରଧାନମାଳରେ, ଡୋଳାମଣି କୁମ୍ଭାରଙ୍କ ଆବାହକତ୍ବରେ ବି. ରଙ୍ଗମାଟିଆରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହେଇଥିଲା ।



