ପ୍ରବୁଦ୍ଧ ଭାରତ ସଂଘ ତରଫ ପବିତ୍ର ଦେହେରୀଙ୍କ ଜନ୍ମଦିନ ପାଳନ

ପ୍ରବୁଦ୍ଧ ଭାରତ ସଂଘ ତରଫ ପବିତ୍ର ଦେହେରୀଙ୍କ ଜନ୍ମଦିନ ପାଳନ

ବରଗଡ : ବରଗଡ ବ୍ଲକ ତୋରା ଠାରେ ପ୍ରବୁଦ୍ଧ ଭାରତ ସଂଘ ଆନୁକୂଲ୍ୟରେ ସମାଜସେବୀ ତଥା ଆଦର୍ଶ ଗଣ ବିବାହର ସଂସ୍ଥାପକ ପବିତ୍ର ଦେହେରୀଙ୍କ ୬୦ ତମ ଜନ୍ମଦିନ ପାଳିତ ହୋଇଯାଇଛି । ସଂଘର ସଭାପତି ପଦ୍ମାଳୟା ଦୀପଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡିଶା ସମ୍ବିଧାନ ସୁରକ୍ଷା ମଞ୍ଚର ଜିଲ୍ଲା ସମ୍ପାଦକ ନରେନ୍ଦ୍ର କୁମାର ନାୟକ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆଦିବାସୀ ନେତା ସତ୍ୟବାନ ଭୋଇ, ବିର୍ସାମୁଣ୍ଡା ସଙ୍ଘର୍ଷ ବାହିନୀର ଉପ-ସଭାପତି ଦିଲ୍ଲିପ ବାର୍ଲା, ଗୁରୁ ଚରଣ ହରପାଲ, ଅନୁ ନାଗ, ଅଚ୍ୟୁତ ସର, ବିମଳ ନାଗ, ସଞ୍ଜିବ ସୁନାଙ୍କ ସମେତ ଅନ୍ୟାନ୍ୟ ଅତିଥିଗଣ ଉପସ୍ଥିତ ଥିଲେ । ସାମୁହିକ ଭାବେ ପ୍ରଥମେ ଗୌତମ ବୁଦ୍ଧ, ଡ.ବି.ଆର୍ ଅମ୍ବେଦକର ଓ କାଂଶିରାମଙ୍କ ଫଟୋଚିତ୍ରରେ ପୁଷ୍ପମାଲା ଅର୍ପଣ ଓ ଦୀପ ପ୍ରଜ୍ଜ୍ବଳନ ପରେ ଉତ୍ସବର ଶୁଭାରମ୍ଭ ହୋଇଥିଲା । ବରଗଡରେ ନୂଆଁଖାଇ ଯୋଟଜାଟ୍, ପୁଷପୁନି ଭେଟଘାଟ୍ କାର୍ଯ୍ୟକ୍ରମ ସମେତ ଆର୍ଥିକ ମୁକ୍ତି ଓ ସାମାଜିକ ପରିବର୍ତ୍ତନର ବାର୍ତ୍ତା ନେଇ ବିନା ଖର୍ଚ୍ଚରେ ନିଜେ ବାହା ହୋଇ ଆଜକୁ କୋଡିଏ ବର୍ଷ ହେଲା ପ୍ରତିବର୍ଷ ଜାତି ବିହିନ, ଯୌତୁକ ବିହିନ, ନିରାଡମ୍ବରରେ କେବଳ ଦୁଇଟି ଫୁଲମାଲାରେ ଆଦର୍ଶ ଗଣବିବାହ କରାଇ ଆସୁଥିବା ସୁପରିଚିତ ସମାଜସେବୀ ପବିତ୍ର ଦେହେରୀଙ୍କ ୬୦ ଜନ୍ମଦିନ ପାଳିତ ହୋଇଥିଲା । ପବିତ୍ର ଦେହେରୀଙ୍କ ବିଷୟରେ କର୍ମୁ ସୁନାଙ୍କ ଲିଖିତ ପ୍ରରମ୍ଭିକ ସଂଗୀତ ପରିବେଷଣ ପୂର୍ବକ ପଙ୍କଜିନୀ ସୁନା ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ପୁଷ୍ପଗୁଚ୍ଛ, ପୁଷ୍ମମାଲ୍ୟ, ବସ୍ତ୍ର ତଥା ଶୁଭେଚ୍ଛା ବାର୍ତ୍ତା ଦେଇ ଶ୍ରୀ ଦେହେରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଉତ୍ସବରେ ପ୍ରବୁଦ୍ଧ ଭାରତ ସଂଘର ସଭ୍ୟ/ସଭ୍ୟା ମାନେ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ସଭ୍ୟ ରାଜ କିଶୋର ଦୀପ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top