ପହଣ୍ଡି ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପହଣ୍ଡି ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବରଗଡ/ବିଜେପୁର : ଅଦ୍ୟ ତା ୩୧ ୦୫ ୨୦୨୬ ରବିବାର ସକାଳ ୭ ଘଣ୍ଟା ସମୟରେ ପହଣ୍ଡି ଉଚ୍ଚ ବିଦ୍ୟାଳୟରେ ଉଭୟ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ଦାଶ ଏବଂ ଶ୍ରୀଯୁକ୍ତ ଗୋବିନ୍ଦ ସାହାଙ୍କ ଉଦ୍ଦୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟୀ ସଭାପତି ଶ୍ରୀଯୁକ୍ତ ନିମାଇଁ ଚରଣ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ଛାତ୍ରଛାତ୍ରୀ, ଅଭିଭାବକ, କମିଟୀ ସଦସ୍ୟ, ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ବିଦାୟୀ ଶିକ୍ଷକଙ୍କୁ ମାନପତ୍ର ଓ ଉପାୟନ ସହିତ ସମ୍ମାନ ପ୍ରଦର୍ଶନ କରିଥିଲେ । ଆସନ୍ତାକାଲି ଠାରୁ ବିଦ୍ୟାଳୟରେ କେବଳ ଜଣେ ମାତ୍ର ହିନ୍ଦୀ ଶିକ୍ଷକ ହିଁ ରହିବେ । ଏଇ ପରିସ୍ଥିତିରେ ଜଣେ ବି.ଏଡ ଶିକ୍ଷକଙ୍କୁ ଡେପୁଟେସନ ମାଧ୍ୟମରେ ନିଯୁକ୍ତି ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରିଚାଳନା କମିଟୀଙ୍କ ଅନୁରୋଧ ରହିଛି ।

ଏହି ସଭା ଅବସରରେ ଚଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ A2 ଗ୍ରେଡ ପାଇ ଉତ୍ତୀର୍ଣ୍ଣ ହୋଇଥିବା ପହଣ୍ଡି ଗ୍ରାମ ତଥା ହାଇସ୍କୁଲର ଛାତ୍ରୀ ସୁଶ୍ରୀ ସିମରନ୍ ପଧାନଙ୍କୁ ସମ୍ମାନୀତ କରି ଉତ୍ସାହିତ କରାଯାଇଥିଲା । ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ସରୋଜ ପୁରୋହିତଙ୍କ ସଭା ପରିଚାଳନାରେ ଶ୍ରୀଯୁକ୍ତ ନିରଞ୍ଜନ ରଣା ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top