

ରେଡ଼ିଏନ୍ସ୍ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ ୟୁଫୋରିଆ-୨୦୨୬ ଉଦଯାପିତ
ବରଗଡ/ବିଜେପୁର : ବିଜେପୁର ତଥା ବରଗଡ ଜିଲ୍ଲାର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ରେଡ଼ିଏନ୍ସ୍ ଇନଷ୍ଟିଚ୍ୟୁଟର ଏକାଦଶ ପ୍ରତିଷ୍ଠା ଦିବସ ତଥା ବାର୍ଷିକୋତ୍ସବ “ୟୁଫୋରିଆ-୨୦୨୬” ଉଦଯାପିତ ହୋଇଯାଇଛି । ଚେୟାରମେନ ଶ୍ରୀଯୁକ୍ତ ଅଜିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଶ୍ରୀଯୁକ୍ତ ମୁକ୍ତେଶ୍ବର ପାଣିଗ୍ରାହୀ ଉପସ୍ଥିତ ରହିଛି ଛାତ୍ରଛାତ୍ରୀଙ୍କୁ କଳା ଓ ସଂସ୍କୃତି ଉପରେ ତାଙ୍କ ଅନୁଭୂତି ବର୍ଣ୍ଣନା କରିଥିବା ବେଳେ ସମ୍ମାନୀତ ଅତିଥି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁ ପାଠ ସହିତ ସହ-ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ବୋଲି ମମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ପ୍ରଫେସର ଘପଶ୍ୟାମ ମେହେର ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର, ଆଡମିନିଷ୍ଟ୍ରେଟିବ ଡାଇରେକ୍ଟର ନେତ୍ରାମଣୀ ମେହେର, ପରିଚାଳନା କମିଟୀ ସଭାପତି ଶ୍ରୀମତୀ କସ୍ତୁରୀ ମେହେର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଉପାଧ୍ୟକ୍ଷ ଶ୍ରୀ ସଂଜୟ ବାରିକ ସୂଚାରୁ ରୂପେ ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀମତୀ ରାଜେଶ୍ୱରୀ ମେହେର, ଦେବବ୍ରତ ମେହେର, ରମେଶ ମେହେରଙ୍କ ସହିତ ସମସ୍ତ ସଦସ୍ୟ, ଅଧ୍ୟାପକ ପ୍ରଫୁଲ୍ଲ ପଧାନ, ସଞ୍ଜୟ ପଧାନ, ସୁରେନ୍ଦ୍ର ସେଠ୍, ଆଲୋକ ପୋଢ଼, ଅଧ୍ୟାପିକା ସୁପ୍ରିୟା ମେହେର, ହେଲିସା ବେହେରା, ଆୟୁଷା ପ୍ରଧାନ, ଶିକ୍ଷକ ଜୟନ୍ତ ସାହୁ, ଧର୍ମରାଜ ସାହା, ଲାଲବାବୁ ବରିହା, ମୃଣାଳ ମେହେର, ଆଶିଷ କୁମ୍ଭାର, ଈଶ୍ୱର ମେହେର, ଶିକ୍ଷୟତ୍ରୀ ମମତା ମେହେର, ଭାରତୀ ଗଡତିଆ, ସ୍ବାଗତିକା ପଣ୍ଡା, ମମତା ବାରିକ, କରୁଣା ପଣ୍ଡା, ବର୍ଷା ଆଗମନି ସାହୁ, ସନ୍ତୋଷ ବାରିକ, ରୋହିତ ଭୋଇ, ଉପେନ୍ଦ୍ର ବେହେରା, କିଶୋର ମାହାଣା ଓ ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ମଣ୍ଡଳୀ, ସାମ୍ବାଦିକ ବନ୍ଧୁ ଓ ଅଞ୍ଚଳର ଅନେକ ବୁଦ୍ଧିଜୀବି ଉପସ୍ଥିତ ଥିଲେ ସାଂସ୍କୃତିକ କାର୍ଯ୍ୟକ୍ରମ ଆମ ଅଞ୍ଚଳ ତଥା ଦେଶର ସଂସ୍କୃତି ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ଉତ୍ସବରେ ନୃତ୍ୟ ଗୁରୁ ଶ୍ରୀଯୁକ୍ତ ଶିବ ଶଙ୍କର ମେହେର, ପ୍ରତିମା ସେଠ୍, ସନ୍ତୋଷ ସାହୁ, ରେଡ଼ିଏନ୍ସର ମିଡିଆ ପାର୍ଟନର ଅଙ୍କୁଶ ମେହେରଙ୍କୁ ସମ୍ମଦ୍ଧିତ କରାଯାଇଥିଲା। ଅଧ୍ୟାପକ ଡିଙ୍ଗିର ବାଗ, ଖେଳ ଶିକ୍ଷକ ସୁବ୍ରତ ବାରିକ ଓ ନୃତ୍ୟ ଗୁରୁ ମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସୁନ୍ଦର ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମର ଓଡ଼ିଶୀନୃତ୍ୟ, ରେଙ୍ଗଲି, ରାଜସ୍ଥାନୀ, ବିଭିନ୍ନ ହିନ୍ଦୀ ରିମିକ୍ସ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ପଶ୍ଚିମ ଓଡ଼ିଶା ପର୍ବ, ଦୁହିତା ଗୀତିନାଟ୍ୟ ଓ ଘୁଡ଼କା ନୃତ୍ୟ ସମେତ ସମଲେଇ, ହିନ୍ଦୀ, ସମ୍ବଲପୁରୀ, ଓଡ଼ିଆ ସୁନ୍ଦର ସଙ୍ଗୀତ ଗାୟନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଶେଷରେ ଓଡ଼ିଆ ଅଧ୍ୟାପିକା କୁମୋଦିନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚରେ ଚେୟାରମେନଙ୍କ ସହିତ ସମସ୍ତ କର୍ମଚାରୀଙ୍କ ନୃତ୍ୟ ଛାତ୍ରଛାତ୍ରୀ ତଥା ଦର୍ଶକଙ୍କୁ ଆକର୍ଷିତ କରିଥିଲା । ସମସ୍ତ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଛାତ୍ରଛାତ୍ରୀଙ୍କ ମନୋବଳ ହିଁ କାର୍ଯ୍ୟକ୍ରମ ସଫଳତାର କାରଣ ବୋଲି ଚେୟାରମେନ ଶ୍ରୀଯୁକ୍ତ ମେହେର ପ୍ରକାଶ କରିଥିଲେ ।



