ଭୋଟର ତାଲିକାରେ ନାମ ନଥିବାରୁ ଦାବୀପତ୍ର

ଭୋଟର ତାଲିକାରେ ନାମ ନଥିବାରୁ ଦାବୀପତ୍ର

ସମ୍ବଲପୁର : ବିଧାନସଭା ୨୦୦୨ ମସିହାରେ ଭୋଟର ତାଲିକାରେ ନାମ ନଥିବାରୁ ଗଣ୍ଡା ସମାଜ କଲ୍ୟାଣ ପରିଷଦର ସଭାପତି ନିହାଲ ସିଂଙ୍କ ନେତୃତ୍ବରେ ଶନିବାର ସମ୍ବଲପୁର ଉପଖଣ୍ଡ ସ୍ତରୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ଉପ-ଜିଲ୍ଲାପାଳ ସମ୍ବଲପୁର ସୁଧାଂଶୁ ଶେଖର ମିଶ୍ରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ୨୦୦୨ ଭୋଟର ତାଲିକାରେ ନାମ ନଥିବାରୁ ଅଧିକାଂଶ ଲୋକେ ହଇରାଣ ହରକତ ହେଉଛନ୍ତି । ଗଣ୍ଡା ସମ୍ପ୍ରଦାୟର ଓ ଅନ୍ୟାନ୍ୟ ତଫସିଲଭୂକ୍ତ ଜାତିର ଲୋକେ ମୂଲ ନିବାସୀ ହୋଇଥିଲେ ମଧ୍ୟ ସେମାନଙ୍କର ଅଜ୍ଞାନତାର ସୁଯୋଗ ନେଇ ତାଙ୍କୁ କେତେକ ସରକାରୀ କର୍ମଚାରୀ ଭୋଟର ତାଲିକାରୁ ବଞ୍ଚିତ କରାଇଛନ୍ତି ଯଦ୍ବାରା ସେମାନେ ବିଭିନ୍ନ ସାମ୍ବିଧାନିକ ସରକାରୀ ଯୋଜନାର ଲାଭ ଉଠାଇ ପାରୁନାହାନ୍ତି ।
ତେଣୁ, ଭୋଟର ତାଲିକାରେ ଏହି ସମ୍ପ୍ରଦାୟକୁ ସାମିଲ କରାଯାଉ ବୋଲି ଗଣ୍ଡା କଲ୍ୟାଣ ପରିଷଦ ତରଫରୁ ଦାବୀ ହୋଇଛି । ଦାବୀପତ୍ର ବେଲେ ପରିଷଦର ସଭାପତି ନିହାଲ ସିଂ, ଉପ-ସଭାପତି ଶିବ ଶଙ୍କର ପ୍ରଧାନ, ସମ୍ପାଦକ ଅମିନ ମହାନନ୍ଦ, ଉପଦେଷ୍ଟା ପୁରନ୍ଦର ସୁନା, ବୁର୍ଲା ନଗର ସଭାପତି ରାମକୃଷ୍ଣ ଶାସନୀ, ସଂଗଠନ ସମ୍ପାଦକ ଅଶୋକ ରଣବିଡା ପ୍ରମୁଖ ସାମିଲ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top