

ବ୍ଲକ ସ୍ତରୀୟ ପ୍ରବେଶ ଓ ଖଡିଛୁଆଁ ଉତ୍ସବ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବରମୁଣ୍ଡା ଉ.ପ୍ରା ବିଦ୍ୟାଳୟ ଠାରେ ୪ ଏପ୍ରିଲ ୨୦୨୬ ଶନିବାର ବ୍ଲକ ସ୍ତରୀୟ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ ତହସିଲଦାର ମୁକେଶ୍ବର ପାଣିଗ୍ରାହୀ ଶିକ୍ଷା ସଚେତନତା ରଥକୁ ଉଦଘାଟନ କରିଥିଲେ ଓ ସବୁଜ ପତାକା ଦେଖାଇ ରଥକୁ ବିଜେପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଭ୍ରମଣ କରିବା ପାଇଁ ନିବେଶ ଦେଇଥିଲେ । ଏହି ଅବସରରେ ବିଇଓ ବଲ୍ଲଭ ମେହେର, ଏବିଇଓ ଦିବାକର ବରିହା, ସୁଶାନ୍ତ କୁମାର ପାଣ୍ଡେ ଓ ପୂର୍ଣ୍ଣଚନ୍ଦ୍ର ପଧାନ ସମେତ ସିଆରସିସି ମାନେ ଊପସ୍ଥିତ ଥିଲେ । ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସନ୍ତୋଷ ବାଗ, ସମ୍ପାଦକ ସୌମ୍ୟରଞ୍ଜନ ପଧାନ, ସ୍ଥାନୀୟ ସ୍କୁଲର ସହକାରୀ ଶିକ୍ଷକ ବିଭୁତି ଭୂଷଣ ସାହୁ, ଅମୀୟ ପ୍ରସାଦ ଭୋଇ, ବିଶ୍ବଜିତ ହୋତା, ମୀତା ଗଡତିଆ, ନୀଳିମା ପଧାନ, ସୌଦାମିନୀ ବାରିକ, ସବିତା ସାହୁ, ମୁକେଶ୍ବର ମେହେରଙ୍କ ସମେତ ଆଙ୍ଗନଓ୍ବାଡି ଦିଦିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଶିଶୁବାିକାରେ ନାମ ଲେଖାଯାଇଥିବା ପନ୍ଦର ଜଣ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା । ସିଆରସିସି ରାଜେଶ୍ବରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସହକାରୀ ଶିକ୍ଷକ ବିଭୁତି ଭୂଷଣ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





