ଭାରତୀୟ ଦଲିତ ସାହିତ୍ୟ ଏକାଡେମୀ ରାଜ୍ୟ ଶାଖାର ତୃତୀୟ ରାଜ୍ୟ ସ୍ତରୀୟ ସମାବେଶ ଓ କବିତା ପାଠୋତ୍ସବ

ଭାରତୀୟ ଦଲିତ ସାହିତ୍ୟ ଏକାଡେମୀ ରାଜ୍ୟ ଶାଖାର ତୃତୀୟ ରାଜ୍ୟ ସ୍ତରୀୟ ସମାବେଶ ଓ କବିତା ପାଠୋତ୍ସବ

ସମ୍ବଲପୁର : ସମ୍ବଲପୁର ସ୍ଥାନୀୟ ଜେଲ ଛକ ନିକଟସ୍ଥ ପେନ୍ଥ ନୀବାସ ଠାରେ ଭାରତୀୟ ଦଲିତ ସାହିତ୍ୟ ଏକାଡେମୀ ଓଡିଶା ଶାଖାର ତୃତୀୟ ରାଜ୍ୟ ସ୍ତରୀୟ ସମାବେଶ ଓ କବିତା ପାଠୋତ୍ସବ ରାଜ୍ୟ ସଭାପତି ଡ.ନିହିଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା କବି ଡ.ମୂରଳୀଧର ନାୟକ, ମୁଖ୍ୟବକ୍ତା ଭାବେ ରାଜ୍ୟ ଉପ-ସଭାପତି ବ୍ୟଙ୍ଗଶ୍ରୀ କବି ଗଦାଧର ନିଆଲ, ସମ୍ମାନୀତ ଅତିଥି ଭାବେ ରାଜ୍ୟ ଚୟନ କମିଟୀ ସଦସ୍ୟ ଶିକ୍ଷାବିତ କବି କୈଳାସ ମହାରଣା, କବି ଡ.ଶୁଶୀଳ କୁମାର ବେହେରା, ଡ. ଶ୍ରୀ ଶ୍ରୀ ଶ୍ରୀ ଟିକି ବାବା ଉପସ୍ଥିତ ରହି ପ୍ରଥମେ ସାମୁହିକ ଭାବେ ବିଶ୍ବରତ୍ନ ଡ.ବି.ଆର୍ ଅମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଉଦଘାଟନ କରିଥିଲେ । ଅନୁଷ୍ଠିତ ସଭାରେ ଅତିଥିଗଣ ବିଶେଷ ମତ ମନ୍ତବ୍ୟ ଉପସ୍ଥାପନ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ଗୀତ ସଙ୍ଗୀତକାର କବି ଶିବ ଶଙ୍କର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସ୍ବତନ୍ତ୍ର ଅତିଥି ଭାବେ ପଦ୍ମଶ୍ରୀ ଡ.ଜିତେନ୍ଦ୍ର ହରିପାଲ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା, ଓଡିଶାର ସୁନାମଧନ୍ୟ ଗୀତ ସଙ୍ଗୀତକାର ପଙ୍କଜ ଜାଲ, ଲେଖିକା ଅପରାଜିତା ବେସନ ସମେଜସେବୀ ପବିତ୍ର ଦେହେରୀ, ତ୍ରିନେତ୍ର ନେତ୍ରାଳୟର ଡ.ଶିବ ପ୍ରସାଦ ସାହୁ, ,ଆଇନଜୀବୀ ଡ.ମୂରଳୀଧର ମହାନନ୍ଦଙ୍କ ଅନୁପସ୍ଥିତିରେ ତାଙ୍କ ସମ୍ପର୍କୀୟ ଅନୀଳ ମହାନନ୍ଦକୁ ମାନପତ୍ର, ପୁଷ୍ପଗୁଚ୍ଛ, ଊପଢୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯିବା ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା ।

ଦ୍ବିତୀୟ ଅଧିବେଶନ ତଥା କବିତା ପାଠୋତ୍ସବ କବି ଡ.ଶୁଶୀଳ କୁମାର ବେହେରାଙ୍କ ସଭାପତିତ୍ବରେ ସମ୍ମାନୀତ ଅତିଥି ଭାବେ ବ୍ୟଙ୍ଗଶ୍ରୀ କବି ଗଦାଧର ନିଆଲ, କବି ମୂରଳୀଧର ନାୟକ, କବି କୈଳାସ ମହାରଣା, ବରିଷ୍ଠ ଛନ୍ଦକବି ଈଶାନ୍ ମିଶ୍ର, ବାମଣ୍ଡା ସାହିତ୍ୟ ସଂସଦର ସମ୍ପାଦକ ପ୍ରଫୁଲ୍ଲ କୁମାର ମହାପାତ୍ର ମଞ୍ଚାସୀନ ଥିବା ବେଳେ ଅବସରପ୍ରାପ୍ତ ଅଧ୍ୟକ୍ଷ, ବରିଷ୍ଠ କବି ସୁବାଷ ଚନ୍ଦ୍ର ନାଏକ କବିତା ପାଠୋତ୍ସବର ପରିଚାଳନା ଦାୟିତ୍ବ ତୁଳାଇଥିଲେ । ଏହି ଅବସରରେ ୩୦ ରୁ ଅଧିକ କବି/କବୟିତ୍ରୀ ସ୍ବ-ରଚିତ କବିତା ପାଠ କରିଥିଲେ ଓ ସେମାନଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ରାଜ୍ୟ ଉପ- ସଭାପତି ମୋମିନା ଖତୁନ ବିପ୍ର ଚରଣ ଜୟପୁରିଆ, ଯମୁନା ଶିକା ଆଦି ସହଯୋଗ କରିଥିଲେ। ଶେଷରେ ଏସକେ ଇନ୍ତେଖାପ୍ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top