ବରିଷ୍ଠ ନଗରିକ ସଂଘର ତୃତୀୟ ବାର୍ଷିକୋତ୍ସବ

ସଭାରେ ନୂତନ କର୍ମକର୍ତ୍ତା ମନୋନୟନ

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର “ବରିଷ୍ଠ ନାଗରିକ ସଂଘ” ର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ନିରାଡମ୍ବର ପରିବେଶରେ ବାର୍ଷିକୋତ୍ସବ ଅଦ୍ୟ ତା.୨୨.୦୩.୨୦୨୬ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂଘର ଅସ୍ଥାୟୀ କାର୍ଯ୍ୟାଳୟରେ ସଭାପତି ଶ୍ରୀଯୁକ୍ତ ନବ କିଶୋର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରଥମେ ମାଁ ସମଲେଇଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସଦସ୍ୟ ପ୍ରେମରାଜ ପଟେଲ ସଭାର ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ସଂଘ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସଂଗଠନର କାର୍ଯ୍ୟ କଳାପ ଉପରେ ଆତ୍ମମନ୍ଥନ କରି ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ପାଇଁ ଆଜିର ସଭା ଉଦ୍ଦିଷ୍ଟ ବୋଲି ପ୍ରକାଶ କରିଥିଲେ । ସମ୍ପାଦକ ପ୍ରଦୀପ କୁମାର ଗୁରୁ ବିବରଣୀ ପଠନ ଓ କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଧାନ ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । ସଂଗଠନକୁ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ନିମନ୍ତେ ସଭ୍ୟ/ସଭ୍ୟାଗଣ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଏହାପରେ ନିମ୍ନମତେ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ସଭାପତି ଭାବେ ନବ କିଶୋର ସାହୁ, ଉପ-ସଭାପତି ପ୍ରମୋଦିନୀ ସାହୁ, ସମ୍ପାଦକ ହିମାଦ୍ରି ବିହାରୀ ବେହେରା, ସହ-ସମ୍ପାଦକ ପଦ୍ମଲୋଚନ କର, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଧାନ, ଯୁଗ୍ମ-କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପାଣ୍ଡେ, ପ୍ରକଳ୍ପ ନିର୍ଦ୍ଦେଶକ ମୋହନ ସିଂ କହ୍ନେଇ, ଗ୍ରନ୍ଥାଗାର ରକ୍ଷକ ଅଭୟ ପ୍ରସାଦ ସାହୁ ଏବଂ ବରିଷ୍ଠ ସଦସ୍ୟମାନଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ଦାୟିତ୍ବ ପ୍ରଦାନ କରାଯାଇଥିଲା । ଏହାପରେ ମନୋନୀତ ନୂତନ କର୍ମକର୍ତ୍ତା ମାନଙ୍କୁ ବିପୁଳ କରତାଳି ମାଧ୍ୟମରେ ସ୍ବାଗତ କରାଯାଇଥିଲା । ସଭାପତି ମହୋଦୟ ତାଙ୍କ ଅଭିଭାଷଣରେ ବରିଷ୍ଠ ନାଗରିକମାନେ ନିଜର ଆତ୍ମସମ୍ମାନକୁ ଅକ୍ଷୁର୍ଣ୍ଣ ରଖି ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଜନହିତକର କାର୍ଯ୍ୟ କରାଯିବାର ପ୍ରତିଶୃତି ପ୍ରଦାନ ପୂର୍ବକ ପୁନଃ ମନୋନୀତ ସଭାପତି ଶ୍ରୀଯୁକ୍ତ ନବ କିଶୋର ସାହୁ ସ୍ବ-ଉକ୍ତି ପ୍ରକାଶ କରିଥିଲେ । ଶେଷରେ ମୋହନ ସିଂ କହ୍ନେଇ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top