

ଗଣ୍ଡା ସମାଜ କଲ୍ୟାଣ ପରିଷଦର ସାମ୍ବାଦିକ ସମ୍ମିଳନୀ
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଗଣ୍ଡା ସମାଜ କଲ୍ୟାଣ ପରିଷଦ ତରଫରୁ ଗଣ୍ଡାବଜାକୁ ବିଭିନ୍ନ ନାମରେ ନାମିତ କରି ବିକୃତ କରିବା ସମ୍ବନ୍ଧେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରତିବାଦ କରାଯାଇଛି । ସମ୍ବଲପୁରୀ ଭାଷା ମାନ୍ୟତା ପାଇଁ ଓଡ଼ିଶାରେ ଜୋର୍ ଧରିଥିବା ସମୟରେ ଗଣ୍ଡାବଜା ମାନ୍ୟତା ପାଇଁ ମଧ୍ୟ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସମୟରେ ସରକାର ଠାରେ ଦାବୀ କରାଯାଉଛି । ଏପରି ସମୟରେ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଟୀ ଗଣ୍ଡାବଜା ମାନ୍ୟତା ପ୍ରାପ୍ତ ନ ହେଉ ବଳି ବିଭିନ୍ନ ପ୍ରକାର ଯୋଜନା କରି ଗଣ୍ଡା ବଜା ନାମ ନ ନେଇ ଅନ୍ୟ ନାମ ଉଚ୍ଚାରଣ କରୁଥିବାରୁ ଏହାକୁ ଦୃଢ଼ ପ୍ରତିବାଦ କରାଯାଇଛି । ଆଦିମ କାଳରୁ ଗଣ୍ଡାବଜା ଆଜି ପର୍ଯ୍ୟନ୍ତ ତାର ଅସ୍ତିତ୍ବ ବଜାୟ ରଖିଥିବା ସମୟରେ କିଛି ଗୋଷ୍ଟୀ ଆମ ଦୁର୍ବଳତା ର ସୁଯୋଗ ନେଇ ଆମ୍ଭ ପାଇଁ ଏହା ନିଶା ହେଇଥିବା ବେଳେ ତାଙ୍କ ପାଇଁ ପେଶା କରିବା ପାଇଁ ଚେଷ୍ଟା କରୁଛନ୍ତି । ଆମର କିଛି ଗରିବ କଳାକାରଙ୍କ ଦୁର୍ବଳତା ଓ ଅଜ୍ଞାନତା ଏବଂ ସରଲତାର ସୁଯୋଗ ନେଇ ଗଣ୍ଡା ବଜାର ନାମକୁ ଲୁପ୍ତ କରିବାରେ ଚେଷ୍ଟିତ ଅଛନ୍ତି ବୋଲ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଭାପତି ନିହାଲ ସିଂ, ଉପସଭାପତି ରାମକୃଷ୍ଣ ଶାସନି, ଉପଦେଷ୍ଟା ପୁରନ୍ଦର ସୁନା, ସଂଗଠନ ସମ୍ପାଦିକା ପିଙ୍କି ଲୁହା ପ୍ରମୁଖ ଶାସନ ପ୍ରଶାସନ ଗଣ୍ଡାବଜାକୁ ମାନ୍ୟତା ଦିଆଯାଉ ବୋଲି ଦୃଢ ଦାବୀ କରିଛନ୍ତି ।



