ସ୍ବଭାବକବି ଗଙ୍ଗାଧରଙ୍କ ଶ୍ରାଦ୍ଧୋତ୍ସବ ପାଇଁ ପ୍ରସ୍ତୁତି

ସ୍ବଭାବକବି ଗଙ୍ଗାଧରଙ୍କ ଶ୍ରାଦ୍ଧୋତ୍ସବ ପାଇଁ ପ୍ରସ୍ତୁତି

ବରଗଡ଼/ବିଜେପୁର : ବରଗଡ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଖଗେଶ୍ବର ସାହିତ୍ୟ କଳା ପରିଷଦ ବିଜେପୁର ପକ୍ଷରୁ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ପରିଷଦର ଉପଦେଷ୍ଟା ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ପ୍ରସ୍ତୁତି ହୋଇଥିବାବେଳେ ଶନିବାର ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଂପାଦକ ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଭାଦ୍ରବ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ମେହେର କବିଙ୍କ ଶ୍ରାଦ୍ଧୋତ୍ସବ ପାଇଁ ଆଲୋଚନା ହୋଇଥିଲା । କବି ଗଙ୍ଗାଧର ମେହେର ବିଜେପୁର ଜମିଦାରଙ୍କ ନିକଟରେ ଜୁଡିସିଏଲ ମୋହରିର ଚାକିରୀ କରୁଥିବାବେଳେ ଏହି ଗ୍ରାମ ବାଟ ଦେଇ ସେ ବରାବର ଆସୁଥିବାରୁ ତାଙ୍କର ଶ୍ରାଦ୍ଧୋତ୍ସବକୁ ସରସ ସୁନ୍ଦର ଭାବରେ ପାଳନ କରିବାକୁ ବିଭିନ୍ନ ଆଲୋଚନା କରାଯାଇଥିଲା । ଆଗାମୀ ୧୯ ରେ ଚୈତ୍ର ଅମାବାସ୍ୟା ଦିନ ଅପରାହ୍ନରେ ଶ୍ରାଦ୍ଧୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ନୂଆଁପଡା ଜିଲ୍ଲାର ମୋଡେଲ କଲେଜର ଏସୋସିଏଟ୍ ପ୍ରଫେସର୍ ଡ.ଲିଙ୍ଗରାଜ ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାର କାର୍ଯ୍ୟକ୍ରମ ରହିଛି । ଖଗେଶ୍ବର ସାହିତ୍ୟ କଳା ପରିଷଦ ବିଜେପୁର ଓ ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଉଦ୍ୟମରେ ଆୟୋଜିତ ସମାରୋହରେ ସମ୍ବଲପୁରୀ କବିତା ଆସର, ମେହେର ସଙ୍ଗୀତ ପରିବେଷଣ କରାଯିବାକୁ ପ୍ରସ୍ତାବ ହୋଇଛି । ମଧୁସୂଦନ ଭୋଇ, ମୀନାକ୍ଷୀ ରାଣୀ ରାଉତ, କମଳିନୀ ସାହୁ,ନିର୍ମଳା ସାହୁ, ଗୀତାଞ୍ଜଳି ସାହୁ, ମନ୍ଦାକିନୀ ପଧାନ, ସଂଘମିତ୍ରା ମାହାଣା, ବାହାଦୁର ପଧାନ, ଯୋଗାଶିଷ ପଧାନ, ରୋମାଞ୍ଚଳ ମହାନନ୍ଦ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଆଲୋଚନାରେ ସାମିଲ ଥିଲେ। ଶିକ୍ଷକ ପ୍ରେମରାଜ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top