

ବିକାଶର ବିଶେଷ ଘୋଷଣା କଲେ ମାନ୍ୟବର ବିଧାୟକ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ହାଇସ୍କୁଲ ପଡିଆରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ବିରାଟ ମିଶ୍ରଣ ପର୍ବ ରାଜନୈତିକ ଉତ୍ସାହ ସହ ଉନ୍ନତି ଘୋଷଣାରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା। ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟାଙ୍କ ନେତୃତ୍ୱ ତଥା ଜିଲ୍ଲା ସଭାପତି ଡା. ଅରୂପାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ହଜାର ହଜାର କର୍ମୀ ସମେତ ବିଜେଡି ଓ କଂଗ୍ରେସର ଅନେକ ନେତା ଓ କର୍ମୀ ଆନୁଷ୍ଠାନିକ ଭାବରେ ବିଜେପିରେ ସାମିଲ ହୋଇଥିଲେ । ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା । ବିଜେପୁରର ବରିଷ୍ଠ ବିଜେଡି ନେତା ଜନାର୍ଦ୍ଦନ ପାଣିଗ୍ରାହୀ, ନିମାଇଁ ସାହୁ, ନରସିଂହ ପୂଜାରୀଙ୍କ ସମେତ ସମର୍ଥକମାନେ ଆନୁଷ୍ଠାନିକ ଭାବେ ସାମିଲ ହେଲେ । ଚିନ୍ତାମଣି ସାହୁ, କୌସିକ ପାଣିଗ୍ରାହୀ, ଗୋଦାବରୀ ପଧାନ, ସଞ୍ଜିବ ଗଡ଼ତିଆ, ସଞ୍ଜୁ ପଧାନ, ମଙ୍ଗଳୁ ସାହୁ, ପ୍ରମୁଖଙ୍କ ସମେତ ୧୬ ଜଣ ସରପଞ୍ଚ ଓ ସମିତି ସଭ୍ୟ ମିଶିଥିଲେ । ସେହିପରି ବରପାଲି ସରପଞ୍ଚ ମିତା ନାୟକ, ବୁଲୁ ସେଠ, ଲିଲିମା ରାଉତ ପ୍ରମୁଖ ସରପଞ୍ଚ ଓ ଗୁରୁ ମେହେର ସମେତ ତାଙ୍କ ସମର୍ଥକ ସାମିଲ ଥିବା ବେଳେ ଗାଇସିଲେଟ ବ୍ଲକର ସମିତି ସଭ୍ୟ ତଥା ବରିଷ୍ଠ ନେତା ସରୋଜ ଶ୍ରୀଭୂଷଣ ସାହୁ, ସତ୍ୟବାନ୍ ସାହୁ, ଅର୍ପିତା ପଣ୍ଡା, ସୁମିତ୍ରା ସାହୁ, ସତ୍ୟ ପଧାନ, ଶରତ କାଲୋ, ରଙ୍କମଣି ବୁଡ଼େକ୍, ଲକ୍ଷ୍ମୀ ପଧାନ, ଆଇନଜୀବୀ ସତ୍ୟବାନ୍ ସାହୁ, ସୁଶାନ୍ତ ପଣ୍ଡା ପ୍ରମୁଖ ୫୦୦ରୁ ଅଧିକ କର୍ମୀ ବିଜେପିରେ ସାମିଲ ହେଲେ । ଏହି ଅବସରରେ ବିଧାୟକ ଶ୍ରୀ ଗଡ଼ତିୟା ମଞ୍ଚରୁ ବିଜେପୁର ଅଞ୍ଚଳ ପାଇଁ ବୃହତ୍ ଅନୁଦାନ ଘୋଷଣା କରିଥିଲେ । ବିଜେପୁର ହସ୍ପିଟାଲର ଉନ୍ନତି ପାଇଁ ୧୫ କୋଟି ଟଙ୍କା ମଞ୍ଜୁର ହୋଇଛି ଓ ହାଟ ଉନ୍ନତି ପାଇଁ ୧ କୋଟି ୮୩ ଲକ୍ଷ ଟଙ୍କା ଦିଆଯାଇଛି । ବିଜେପୁର ମହାବିଦ୍ୟାଳୟ ଓ ପାର୍ଶ୍ବରାସ୍ତା ଉନ୍ନତିକରଣ ପାଇଁ ମଧ୍ୟ ଅନୁଦାନ ମିଳିଛି । ସେହିପରି ବରପାଲି ଏନଏସି ଉନ୍ନତି ପାଇଁ ୬ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ରାସ୍ତା ପ୍ରକଳ୍ପ ପାଇଁ ୪୦୦ କୋଟି ଟଙ୍କା ବ୍ୟୟ ହେବ । ଏଥିରୁ ୨୦୦ କୋଟି ବାଇପାସ ନିର୍ମାଣ ପାଇଁ ଓ ୨୦୦ କୋଟି ଜମି ଅଧିଗ୍ରହ ପାଇଁ ବ୍ୟୟ ହେବାକୁ ଥିବା ସେ ଉଲ୍ଲେଖ କରିଥିଲେ। ଗାଇସିଲେଟ ଜାମୁଟପାଳି ରେ ବ୍ୟରେଜ ନିର୍ମାଣ ପ୍ରକଳ୍ପ ପାଇଁ ୧୬୦ କୋଟି ଟଙ୍କା ଓ ଜଗନ୍ନାଥ ସଡ଼କ ପାଇଁ ୧୬୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା କଥା ସେ ସଭାରେ ଘୋଷଣା କରିଥିଲେ । ବିଧାୟକ ଶ୍ରୀ ଗଡ଼ତୀୟା ଆହୁରି ମଧ୍ୟ କହିଥିଲେ ଯେ, ସ୍ୱାସ୍ଥ୍ୟ ଓ ଗମନାଗମନ ସୁବିଧାକୁ ଆହୁରି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯିବ, ରାଜନୈତିକ ଉତ୍ସାହ ବୃହତ୍ ଘୋଷଣା ମିଶ୍ରଣ ପର୍ବକ ତଥା ଦଳକୁ ଆହୁରି ସୁଦୃଢ କରିବ ବୋଲି ସେ କହିଥିଲେ । ଜିଲ୍ଲା ସମ୍ପାଦକ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ମଣ୍ଡଳ ସଭାପତି ପ୍ରମୁଖ ମଞ୍ଚାସିନ ଥିଲେ ।ବିଜେପିର କର୍ମିଗଣ ପରିଚାଳନାରେ ସହଯୋଗ କରିଥିଲେ ।



