ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଭିନ୍ନକ୍ଷମ କର୍ମଶାଳା

ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଭିନ୍ନକ୍ଷମ କର୍ମଶାଳା

ବରଗଡ : ବରଗଡ ରେଳଷ୍ଟେସନ ନିକଟସ୍ଥ ବିକାଶ ଭବନ ଠାରେ ବିକାଶ ଦିପ୍ତି ବରଗଡ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଭିନ୍ନକ୍ଷମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିକାଶ ଦିପ୍ତି ଜିଲ୍ଲା ସଂଯୋଜକ ଅନ୍ତର୍ଯ୍ୟାମୀ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବରଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିର୍ସିୟୁୁସ୍ ଡୁଙ୍ଗଡୁଙ୍ଗ୍ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିବା ବେଳେ ବରପାଲି ମହାବିଦ୍ୟାଳୟର ଅର୍ଥନୀତି ବିଭାଗୀୟ ମୁଖ୍ୟ ଅଧ୍ୟାପକ ଭକ୍ତବନ୍ଧୁ ପଧାନ, ରେମେଣ୍ଡା ସରପଞ୍ଚ ଉଦ୍ଧବ ବାରିକ, ଦୃଷ୍ଟିହୀନ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ପଧାନ ଉପସ୍ଥିତ ଥିଲେ । ବିକାଶ ଦିପ୍ତିର ଫାଦର୍ ଅନୁରଞ୍ଜନ ଡୁଙ୍ଗଡୁଙ୍ଗ୍ ଏହାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ସୁବିଧା ସୁଯୋଗ ଯେପରି ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗଙ୍କ ପାଖକୁ ପହଞ୍ଚିବା ସହିତ ସେମାନେ ଏହାର ଶତ ପ୍ରତିଶତ ଫାଇଦା ପାଇ ପାରିବେ ସେ ଉଦ୍ଦେଶ୍ୟରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ମଞ୍ଚାସୀନ ବିଶିଷ୍ଟ ବ୍ୟକ୍ତିଗଣ ଆଲୋଚନା କରିଥିଲେ । ସାଧନ କର୍ମୀ ଅଭୟ କୁମାର ପଧାନ ଏହାର ସବିଶେଷ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବରଗଡ, ଭେଡେନ, ବରପାଲି, ଅତାବିରା ଓ ବିଜେପୁର ବ୍ଲକ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀଙ୍କ ସମେତ ବିକାଶ ଦିପ୍ତିର ନେଟଓ୍ବାର୍କ ସଭ୍ୟ/ସଭ୍ୟାଗଣ ସାମିଲ ରହି ଏ ସମ୍ପର୍କୀୟ ତଥ୍ୟ, ଜ୍ଞାନ ଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top