

କୁନି ଅପାଭାଇ ଶୁଭେଚ୍ଛା ଜଣାଇଲେ ଶ୍ରୀମାଙ୍କୁ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃତୀର୍ଥ ପରିସରରେ ଦିବ୍ୟଜନନୀ ଶ୍ରୀମାଙ୍କ ପବିତ୍ର ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । କୁନିକୁନି ଅପାଭାଇ ଆନ୍ତରିକତା ସହକାରେ ଶ୍ରୀମାଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ଜଣାଇଥିଲେ । ପୂର୍ବାହ୍ନରେ ମ୍ୟାନେଜିଂ ଟ୍ରଷ୍ଟି ପ୍ରତିମା ଗୁରୁ ମାତୃ ପତାକା ଉତ୍ତୋଳନ କରିଥିଲେ । ସମ୍ପାଦକ ଦେବାର୍ଚ୍ଚନ ସାହୁଙ୍କ ଅଧ୍ୟକ୍ଷତାରେ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟି ରାଜେଶ୍ବର ବେହେରା, କୁନ୍ତଳା ସାହୁ ଯୋଗଦେଇ ଜୀବନର ମୂଲ୍ୟକୁ ହୃଦବୋଧ କରି ମାତୃ କାର୍ଯ୍ୟରେ ବ୍ରତୀ ହେବା ପାଇଁ ଦିଗଦର୍ଶନ ଦେଇଥିଲେ । କୁନିକୁନି ଅପାଭାଇ ଶ୍ରୀମାଙ୍କ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । କୁନି ଅପାଭାଇ ମାନଙ୍କୁ ମାତୃ ବାଣୀ ସହିତ ଜୟନ୍ତୀ ସ୍ମରଣିକା ଅଭୀପ୍ସା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଅପାଭାଇ ସହଯୋଗ କରିଥିଲେ । ଅଧ୍ୟକ୍ଷ ବଳରାମ ସାହା ଧନ୍ୟବାଦ ଅର୍ପଣ କରିଥିଲେ ।



