

ପହଣ୍ଡି ଗ୍ରାମରେ ଗୀତା ଜ୍ଞାନ ଯଜ୍ଞ ସମାପିତ
ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ପହଣ୍ଡି ଗ୍ରାମରେ ଶ୍ରୀମଦ୍ ଭଗବତ ଗୀତା ପାରାୟଣ ଓ ଜ୍ଞାନ ଯଜ୍ଞ ମହା ସମାରୋହରେ ସମାପିତ ହୋଇଯାଇଛି । ଗ୍ରାମବାସୀଙ୍କ ତରଫରୁ ଦୈତାରୀ ପଧାନ ଓ ତାଙ୍କ ସହଧମିର୍ଣୀ ମଞ୍ଜୁ ପଧାନ କର୍ତ୍ତା ଭାବେ ଦାୟିତ୍ବ ତୁଳାଇଥିଲେ । ସ୍ବାମୀ ସୁରେଶ୍ୱରାନନ୍ଦ ବାଳହଂସ ଜୀ ମହାରାଜ ବ୍ରହ୍ମା ଆସନ ଗ୍ରହଣ ପୂର୍ବକ ଗୀତା ପାଠ ସହିତ ସଂକ୍ଷିପ୍ତ ପ୍ରବଚନ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ପଣ୍ଡିତ ନରେନ୍ଦ୍ର କୁମାର ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିରେ ଗୀତା ଯଜ୍ଞ କମିଟିର ସଭ୍ୟଗଣ ସହଯୋଗ କରିଥିଲେ । ଆଜକୁ ଛୟାଲିଶ ବର୍ଷ ପୂର୍ବେ ଶ୍ରୀଯୁକ୍ତ ପବିତ୍ର ଦାଶ ମହାଶୟଙ୍କ ମାର୍ଗ ଦର୍ଶନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଗ୍ରାମ ତଥା ପାଖ ପଡ଼ୋଶୀ ଲୋକଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣରେ ବ୍ୟାପକ ହୋଇଥିବା ବେଳେ ଅଞ୍ଚଳରେ ଭକ୍ତିପୂତ ପରିବେଶ ସୃଷ୍ଟି କରି ଚାଲିଛି । ଯଜ୍ଞ ଶେଷରେ ସମସ୍ତେ ପ୍ରସାଦ ସେବନ କରି ଭଗବତ କୃପା ଲାଭ ସହିତ ନିଜକୁ କୃତାର୍ଥ ମନେ କରିଥିଲେ ।





