

ଫୁଲାପାଲି ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଆରମ୍ଭ
ବରଗଡ/ବରପାଲି : ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ଫୁଲାପାଲି ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଗୁରଶ୍ରୀ ଉର୍କୁଲୁ ସୁନାଙ୍କ ପୌରୋହିତ୍ୟ ତଥା ବିଧି ପୂଜାର୍ଚ୍ଚନାରେ ଆୟୋଜିତ ନାମଯଜ୍ଞ ଉତ୍ସବରେ କର୍ତ୍ତା ଭାବେ ସୁରେନ୍ଦ୍ର ମହାନନ୍ଦ ଓ ତାଙ୍କ ଧର୍ମପତ୍ନୀ ବବିତା ମହାନନ୍ଦ ତୁଲାଉଛନ୍ତି । ପ୍ରଥମେ ମାଆ ଭଉଣୀମାନେ ଗ୍ରାମର ତ୍ରୀଶୁଳ ବନ୍ଧ ପୋଖରୀରୁ ପୂର୍ଣ୍ଣଜଳ କଳସ ନାମଯଜ୍ଞ ମଣ୍ଡଳୀ ସ୍ଥୁଳକୁ ଆଣିବା ପରେ ନାମଯଜ୍ଞ ନିମିତ୍ତ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । କଳସଯାତ୍ରା ସମୟରେ ଶଙ୍ଖ, ଘଣ୍ଟ, ହୁଳହୁଳି ସମେତ ଗ୍ରାମର ରାଧାକୃଷ୍ଣ ମହିଳା ସଙ୍କୀର୍ତ୍ତନ୍ୟ ଦଳଙ୍କ ଭଜନ ଗାୟନ ସହିତ ଗିନୀ ମୃଦଙ୍ଗ ତାଲରେ ପରିବେଶ ଭକ୍ତିମୟ ହୋଇଉଠିଥିଲା । ଯଥା ବିଧି ପୂଜାର୍ଚ୍ଚନା ପୂର୍ବକ ନାମଯଜ୍ଞ ପୁରୋହିତ ଗୁରୁ ଶ୍ରୀ ସୁନା ମହାମନ୍ତ୍ର ନାମ ଜପ ଆରମ୍ଭ କରାଇଥିଲେ । ଏହା ପରେ ଭକ୍ତଗଣ ଗାୟନ କରିଥିଲେ । ସମଗ୍ର ପୂଜାକାର୍ଯ୍ୟରେ ଶିଷ୍ୟ ଶିବା କଲେତ ପୁରୋହିତଙ୍କୁ ସହଯୋଗ କରୁଛନ୍ତି ।





