ମାଣିକଚଉଁରାରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ମାଣିକଚଉଁରାରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ମାଣିକଚଉଁରା ପ୍ରାଥମିକ ବିଦ୍ୟାଳୟରେ ଜାରିଂ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ଲ ଜାରିଂ ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଭୋଜରାଜ ଦୀପଙ୍କ ଅଧ୍ୟକ୍ଷତାରେ ସଭାରେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପୁରି, ଭାଦ୍ରବ ପାଣ୍ଡେ, ରମାକାନ୍ତ ସାହୁ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ସ୍ଥାନୀୟ ବିଦ୍ୟାଳୟର ଶିକ୍ଷାର୍ଥୀଗଣ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ବୈଠକରେ ଉପସ୍ଥିତ ଏଫ୍.ଏଲ୍.ଏନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପ୍ରଧାନ ଶିକ୍ଷକଗଣ ଉକ୍ତ ବିଦ୍ୟାଳୟର ପରିବେଶ ପରିଦର୍ଶନ କରି ଶୈକ୍ଷିକ ଓ ଭୌତିକ ଦିଗ ଉପରେ ଆଲୋଚନା କରିଥିଲେ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଅନୁଷ୍ଠିତ ହେବାକୁ ରହିଥିବା ବୋର୍ଡ଼ ପରୀକ୍ଷା, ପରଖ, ପାଠଟୀକା ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଥିଲା । କ୍ଲଷ୍ଟରର ଦଶ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଏଫ୍.ଏଲ୍.ଏନ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ । ସହକାରୀ ଶିକ୍ଷକ ଜୟନ୍ତ ବିଶି, ବିଜୁ, ସ୍କୁଲ ଚେୟାରମେନ ରାମଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ବାସୁଦେବ ପଧାନ, ସୀତାରାମ ଦୀପ, ଦୁର୍ବାଦଳ ବଡଗୋଛିଆ, ପ୍ରଭାତ ରଞ୍ଜନ ସାହୁ, ନବୀନ କୁମାର ସାହୁ, ହୁଧାଂଶୁ ଶେଖର ଜାଲ, ହେମନ୍ତ କୁମାର ଆରୁକ, ପ୍ରକାଶ ମହାନନ୍ଦ, ପ୍ରଫୁଲ୍ଲ ଭୋଇ, ତିନାଥ ସେଠ, ଡୋଳାମଣି କୁମ୍ଭାର ପ୍ରମୁଖ ସିଆରସିସିଙ୍କ ଆବାହକତ୍ବରେ ବିଭିନ୍ନ ବିଦ୍ୟାଳୟରେ ସପ୍ତମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top