ପହଣ୍ଡିରେ ଭୀମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୃଙ୍ଖଳାର ସହିତ ଚାଲିଛି

ପହଣ୍ଡିରେ ଭୀମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୃଙ୍ଖଳାର ସହିତ ଚାଲିଛି

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପହଣ୍ଡି ଗ୍ରାମରେ ଜାନୁୟାରୀ ୩୦ ରୁ ଫେବୃୟାରୀ ୧ ପର୍ଯ୍ୟନ୍ତ ଭୀମ ମନ୍ଦିର ପ୍ରତିଷ୍ଠା ନିମିତ୍ତ କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିରିକୃତ ହୋଇଥିବା ବେଳେ ସମସ୍ତଙ୍କର ସହଯୋଗରେ ଏହା ଆଗେଇ ଚାଲିଛି । ଗ୍ରାମବାସୀଙ୍କ ସହଯୋଗରେ କର୍ତ୍ତା ଦମ୍ପତି ଭାବେ ଚିନ୍ତାମଣି ହାହୁ ଓ ପ୍ରତିମା ସାହୁ ଦାୟିତ୍ବ ତୁଳାଉଥିବା ବେଳେ ମୁଖ୍ୟ ପଣ୍ଡିତ ନରେନ୍ଦ୍ର କୁମାର ଦାଶଙ୍କ ପୌରୋହିତ୍ୟରେ ଆଜି ଶନିବାର ଦିନ ମନ୍ଦିରର ରତ୍ନମୁଦ, ବିଧି ପୂଜା ସହିତ ବିଗ୍ରହଙ୍କ ମହାସ୍ନାନ ସମାପିତ ହୋଈଛି ।

ଦିନବେଳା ବର୍ଷା ରାଣୀ ତ୍ରିପାଠୀଙ୍କ ପରାୟଣ ଓ ସନ୍ଧ୍ୟାରେ କୀର୍ତ୍ତନ ଧାରା ସହିତ ଦର୍ଶକଗଣ ମୀନା ବଜାର ବୁଲି ଏହାର ମଜା ନେବାରେ ବ୍ୟସ୍ତ। ସମସ୍ତଙ୍କ ପାଇଁ ଦୁଇ ବେଳା ଅନ୍ପଭୋଗ ପ୍ରସାଦର ବ୍ୟବସ୍ଥା କରାଯାଇଥିବା ବେଳେ ରବିବାର ପ୍ରାଣ ପ୍ରତିଷ୍ଠା ଓ ମନ୍ଦିର ପ୍ରବେଶ ଅନୁଷ୍ଠିତ ହେବ । ପ୍ରଥମ ତଥା ଶୁକ୍ରବାର ଦିନ ଶତାଧିକ ମାଆ ଭଉଣୀଙ୍କ ଗହଣରେ କୀର୍ତ୍ତନ, କୃଷ୍ଣ ଗୁରୁ ଓ ଆଦିବାସୀ ନୃତ୍ୟ, ଶଙ୍ଖ ଘଣ୍ଟାର ତାଳେ ତାଳେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top