ୟୁ.ଜି.ଏଚ.ଏସ୍ ଚାରପାଲିରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ୟୁ.ଜି.ଏଚ.ଏସ୍ ଚାରପାଲିରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ବରଗଡ଼/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନୁର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚାରପାଲି ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ଆବେଗ, ଉତ୍ସାହର ସହିତ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭାର୍ଗବ ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ ପରେ ଛାତ୍ରୀଗଣ ସମବେତ କଣ୍ଠରେ ଜାତୀୟ ସଙ୍ଗୀତ ଗାୟନ କରିଥିଲେ । ଏହି ଅବସରରେ ସାମୁହିକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହା ପରେ ଖେଳ ଶିକ୍ଷକ ନିଳାଞ୍ଚଳ କୁମୁରା ସମସ୍ତଙ୍କୁ ମାତୃଭୂମି ପ୍ରତି ସମ୍ମାନ ପୂର୍ବକ କର୍ତ୍ତବ୍ୟର ସପଥ ପାଠ କରାଇଥିଲେ । ଏହି ଅବସରରେ ଅତିଥି ଭାବେ ଗ୍ରାମର ଗୌନ୍ତିଆ ତଥା ପୂର୍ବତନ ସରପଞ୍ଚ ଦେବେନ୍ଦ୍ରନାଥ ସାହୁ, ଶିକ୍ଷାବିତ୍ ତଥା ସଂସ୍କୃତି କର୍ମୀ ଜଗନ୍ନାଥ କୁମ୍ଭାର, ପଞ୍ଚସଖା ଶିକ୍ଷାସେତୁ କମିଟୀ ସଭାପତି ସର୍ଜନ ଚିର୍ଗୁଣ, କମିଟୀ ସଦସ୍ୟ ଭଗବାନ ବେହେରା, ଅବସରପ୍ରାପ୍ତ ଶିକ୍ଷକ ମୁକ୍ତେଶ୍ବର ବିଶି, ଶିବ ଭୋଇ ଉପସ୍ଥିତ ଥିଲେ । ଶପଥ ପାଠ ପରେ ଛାତ୍ରଗଣ ସାମୁହିକ ବିଭିନ୍ନ ପ୍ରକାରର ପିରିମିଡ୍ ଗଠନ ମାଧ୍ୟମରେ ତ୍ରୀରଙ୍ଗା ପତାକା ଲହରାଇ ଦେଶଭକ୍ତି ପ୍ରଦର୍ଶନ କରିଥିଲେ । ଏହାପରେ ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀଙ୍କ ସମେତ ସମସ୍ତେ ନଗର ପରିକ୍ରମା କରିଥିଲେ । ବାସ୍ତବିକ ସହୀଦ ବୀର ପୁରଷଙ୍କ ସ୍ମୃତି ତଥା ସମ୍ମାନାର୍ଥେ ପ୍ରତ୍ୟେକଙ୍କୁ ଦେଶପାଇଁ ଯେ କୌଣସି କର୍ତ୍ତବ୍ୟ କରିବାକୁ ହେବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top