

ପଡ଼ାରେ ଜାତୀୟ ସମ୍ବଲପୁରୀ ଭେଟଘାଟ ଅବସରରେ ମତପ୍ରକାଶ


ବରଗଡ/ବିଜେପୁର : ଚଳିତ ବର୍ଷ ଜନଗଣନା ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶା ତଥା ନିକଟବର୍ତ୍ତୀ ଅଂଚଳର ଅଧିବାସୀ, ନିଜ ମାତୃଭାଷା ସମ୍ବଲପୁରୀ ଅଟେ ବୋଲି ଉଲ୍ଲେଖ କରେଇବାକୁ ହେବ । ଏହା ଦ୍ବାରା ସରକାରଙ୍କ ନିକଟରେ ନିର୍ଭୁଲ ଓ ନିର୍ଦ୍ଦିଷ୍ଟ ତଥ୍ୟ ପହଞ୍ଚି ପାରିବ, ଯଦ୍ୱାରା ସମ୍ବଲପୁରୀ ଭାଷା ସାମ୍ବିଧାନିକ ମାନ୍ୟତା ପାଇବା ଦିଗ ଉନ୍ମୁକ୍ତ ହେବା ସହ ଦେଢ଼ କୋଟି ଲୋକଙ୍କ ଆଶା ଆକାଂକ୍ଷା ପୂରଣ ହେବ ବୋଲି ବରଗଡ ଜିଲ୍ଲା ବିଜେପୁର ନିକଟସ୍ଥ ପଡ଼ା ଗ୍ରାମରେ ଆୟୋଜିତ ଜାତୀୟ ସମ୍ବଲପୁରୀ ଭେଟଘାଟ ଅବସରରେ ମତ ପ୍ରକାଶ ପାଇଛି । ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ୨୧୮ତମ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୩୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ମନୋହର ସାଂସ୍କୃତିକ ସଂସଦ, ଭେଡେନର ୩୫ତମ ବାର୍ଷିକୋତ୍ସବ ତଥା ୫୭ତମ ଜାତୀୟ ସମ୍ବଲପୁରୀ ଭେଟଘାଟ, ପଡ଼ା ପ୍ରକାଶ ସାଂସ୍କୃତିକ ସଂସଦର ଆୟୋଜନ କ୍ରମେ ଅନୁଷ୍ଠିତ ହୋଇଯାଇଛି ।


ପ୍ରାରମ୍ଭରୁ ଗ୍ରାମରେ ସ୍ଥାପିତ ସ୍ୱାଧୀନତା ସଂଗ୍ରାମୀ ଭାଗିରଥି ପଟ୍ଟନାୟକ, ଜମ୍ବୁବତୀ ପଟ୍ଟନାୟକ ଓ ପ୍ରଫୁଲ୍ଲ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ମଞ୍ଚରେ ମାଁ ସମଲେଇ, ଦେବୀ ସରସ୍ବତୀ, ଜାତୀୟ ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସାମାଜିକ କର୍ମୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ପ୍ରତିକୃତି ସମ୍ମୁଖରେ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଂଗଠକ ଅଶୋକ କୁମାର ପୁଜାହାରୀଙ୍କ ସଭାପତିତ୍ୱ ଓ ଛନ୍ଦକବି ସୁରେଶ ଚନ୍ଦ୍ର ଭୋଇଙ୍କ ସଞ୍ଚାଳନରେ ଅନୁଷ୍ଠିତ ପ୍ରଥମ ଅଧିବେଶନ କବି ସମ୍ମିଳନୀରେ ଅତିଥି ଭାବେ କବି ନିରଞ୍ଜନ ପଣ୍ଡା, ଗୌରଚରଣ ପ୍ରଧାନ, ମୋହନ ସିଂ କହ୍ନେଇ, ବଶିିକେଶନ ମେହେର, ସଂଗଠକ ରମେଶ ମହାପାତ୍ର, କ୍ରାନ୍ତିକବି ହରିଲାଲ ସାହୁ ଓ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଶୋଭା ମେହେରଙ୍କ ଉପସ୍ଥିତ ଥିଲେ ।


କବି କିଶୋର ପାତ୍ର ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ପ୍ରକାଶ ସାଂସ୍କୃତିକ ସଂସଦର ସମ୍ପାଦକ ଦିଲ୍ଲୀପ କୁମାର ଦେବତା ଅତିଥିଙ୍କ ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟ ଜ୍ଞାପନ ଓ ଅଧ୍ୟାପକ ସୁକୁମାର ଭୋଇ ଏବଂ ଡ଼.ନାରାୟଣ ଭୋଇ କବିତା ସଂଯୋଜନା କରିଥିଲେ । କବି ରାମପ୍ରସାଦ ବାଗ, ବୈରାଗୀ ସାହୁ, ରାଜେଶ କାରିଆ, ମନୋରଞ୍ଜନ ଲୁହା, ମୁନିରାମ କୁମ୍ଭାର, ହୁଶାନ୍ତ ଭୁସାଗର, ରଞ୍ଜିତ ପ୍ରଧାନ, ଦୁର୍ବାଦଳ ମେହେର, ଅହଲ୍ୟା ପ୍ରଧାନ, ସାବିତ୍ରୀ ମେହେର, ଈଶ୍ୱର ମେହେର, ତରଣୀ ପଧାନ, ଯୁବରାଜ ଦୀପ, ମକରଧ୍ବଜ ସାହୁ, ଅଶ୍ୱିନୀ ସାହୁ, ସୁରେଶ ସାହୁ, ଯୁଗେଶ୍ୱର ତାଣ୍ଡି, ଦୁର୍ଲଭ ଗଡ଼ତିଆ, ଇନ୍ଦ୍ରକୁମାର ବାଦୀ, ରବି ବଗର୍ତ୍ତୀ, କୁମୁଦ ବାରିକ, ନିରଞ୍ଜନ ଥପା, ଭରତ ଧରୁଆ, ଧନେଶ୍ୱର ବିଶି, ମାରଖୁଲୁ ହରିପାଲ, ହୀରା ବଗର୍ତ୍ତୀ, କରନ ବଗର୍ତ୍ତୀ ପ୍ରମୁଖ କବିତା ଆବୃତ୍ତି କରି ଦର୍ଶକଙ୍କୁ ମୁଗ୍ଧ କରିଥିଲେ l


ଭାଷା ଗବେଷକ ତଥା ମନୋହର ସାଂସ୍କୃତିକ ସଂସଦର ସଭାପତି ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ଜୟନ୍ତୀ ପାଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଦୀପ ପଧାନ ସ୍ୱାଗତ ଭାଷଣ, ତେଜରୁ ବାରିକ ଅତିଥି ପରିଚୟ, ଉମେଶ ପ୍ରଧାନ ସଂଯୋଜନା କରିଥିବା ବେଳେ, ପଦ୍ମଶ୍ରୀ ଗୁରୁ ଭାଗବତ ପଧାନ ,ଉପଦେଷ୍ଟା ନାଟ୍ୟକାର ପ୍ରଫେସର କେଶରଞ୍ଜନ ପ୍ରଧାନ ଓ ସ୍ତମ୍ଭକାର ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ମଞ୍ଚାସୀନ ଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆଦିଲ୍ଲୀ ନୃତ୍ୟାଞ୍ଜଳି ଅନୁଷ୍ଠାନର ପ୍ରତିଷ୍ଠାତା ନୃତ୍ୟଗୁରୁ ସମାରୁ ମେହେର, ଦିବ୍ୟାଙ୍ଗ କବି ଗୋବିନ୍ଦ ମେହେର, କଳାକାର କିଶୋର ପାତ୍ର, ସଂସ୍କୃତି କର୍ମୀ ଜଗନ୍ନାଥ କୁମ୍ଭାର, ନାଟ୍ୟକାର ରାଜକୁମାର ସାହୁ ଏବଂ ତନୁଶାନ ପରିବାର, ସୋନପୁରଙ୍କୁ ସମ୍ମାନିତ କରାଯାଇଥିଲା । କୃତି ଛାତ୍ରଛାତ୍ରୀ ତାପସ ପଧାନ, ସ୍ୱସ୍ତିକ ପଧାନ, ଅନ୍ୱେଷ ପଧାନ ଓ ସ୍ନିଗ୍ଧା ପଧାନଙ୍କୁ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।


ଏହାପରେ ସହ କବି ସୁଭାଷ ଚନ୍ଦ୍ର ଭୁଏଙ୍କ ଏକପଦୀ କବିତା ସଂକଳନ “ଭାବ ଅମୃତ” ଏବଂ ଚିତ୍ରଶିଳ୍ପୀ ଗୌରଚରଣ ପ୍ରଧାନଙ୍କ ଦ୍ୱାରା ପ୍ରସ୍ତୁତ ବୀର ମନୋହର ସିଂଙ୍କ ତୈଳ ଚିତ୍ର ଉନ୍ମୋଚିତ ହୋଇଥିଲା । ତୃତୀୟ ଅଧିବେଶନରେ ପଦ୍ମପୁର ‘ଲୁ’ ଅନୁଷ୍ଠାନର ସମ୍ବଲପୁରୀ ନାଟକ “ଅନ୍ଧାର୍ ନୁଁ ଉକିଆ ତକ୍” ଏବଂ ଭେଡେନ ରାମଲୀଳା ପରିବାର ଦ୍ୱାରା ପ୍ରସ୍ତୁତ ସମ୍ବଲପୁରୀ ନାଟକ “ବୀର ମନୋହର ସିଂ” ପ୍ରଦର୍ଶିତ ହୋଇଥିଲା । ସମଲପୁରି ଗୁଛା ତରଫରୁ ମାନସ ଦାଶ ବହି ପସରା ପ୍ରଦର୍ଶନ କରିଥିଲେ । lକାର୍ଯ୍ୟକ୍ରମ ପରିଚାଳନାରେ ପଡ଼ା ଗ୍ରାମର ସୁରେଶ ଚନ୍ଦ୍ର ଭୋଇ, ପ୍ରମୋଦ ପଧାନ, ସଦାନନ୍ଦ ପଧାନ, ଡା.ଭୋଳାନାଥ ମେହେର, ସୁରେନ୍ଦ୍ର ଦାଶ, ଅକ୍ଷୟ ଦାଶ, ଟିକେଲାଲ ପଧାନ, ସୁମନ୍ତ ପଧାନ, ଛାୟାକାନ୍ତ ଦେବତା, ଅମୀୟ ପ୍ରସାଦ ଭୋଇ, ଅନନ୍ତ ପଧାନ ଓ ଗ୍ରାମବାସୀ ସହଯୋଗ କରିଥିଲେ । ପରିଶେଷରେ ସଂଗଠକ ଲଳିତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





