

ସଂକ୍ରୀରେ ଏକ ଦିବସୀୟ ଲିଜେଣ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ
ବରଗଡ/ଝାରବନ୍ଧ :ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମରେ ଲିଜେଣ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜ୍ୟୋତି ସ୍ପୋର୍ଟିଂ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ପାଇଁ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମାଣ୍ଡିଆଢିପା, ବରଭଟା ,ଦହିତା, ସଂକ୍ରୀ, ଘନାମାଳ, ପାଟଣାଗଡ଼, ଡଙ୍ଗାଘାଟ, ସରାଇପାଲି ଏହି ଆଠଗୋଟି ଦଳ ଅଂଶ ଗ୍ରହଣ କରିଥିଲେ l ଅମଠି ସରପଞ୍ଚ ଲକ୍ଷେ ସିଂ ଥପା ଏବଂ ସମିତି ସଭ୍ୟ ପ୍ରେମାନନ୍ଦ ଚୌଧୁରୀ ପତକା ଉତ୍ତୋଳନ କରି ଆରମ୍ଭ କରିଥିଲେ ଦହିତା ଦଳ ବରଭଟା ଦଳ କୁ ଗୋଟିଏ ଗୋଲ ଦେଇ ଫାଇନାଲ ଯାଇଥିଲା ଅନ୍ୟପଟରେ ଘନାମାଳ ଟାଇପ ରେକର୍ଡ ଜରିଆରେ ଫାଇନାଲ ଯାଇଥିଲା ଫାଇନାଲ ମ୍ୟାଚ୍ ଦହିତା ଓ ଘନାମାଲ ମଧ୍ୟରେ ଖେଳା ଯାଇଥିଲା ଯାହା ଟାଇପ ରେକର୍ଡ ମାଧ୍ୟମରେ ଦହିତା ଦଳ 0୩ ଗୋଲ୍ ରେ ବିଜୟୀ ହୋଇଥିଲା ଉଲ୍ଲେଖ ଥାଉ କି ଏହି ଲିଜେଣ୍ଡ ଟୁର୍ଣ୍ଣାମେଣ୍ଟରେ ୩୫ ବର୍ଷ ରୁ ଉର୍ଦ୍ଧ ବୟସ୍କ ଖେଳାଳି ମାନେ ଖେଳିଥିଲେ l ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଦୁର୍ଗାପ୍ରସାଦ ଅଗ୍ରଓ୍ବାଲ, ସମ୍ମାନୀତ ଅତିଥି ଭାବରେ ଛୋଟଅନକି ସମିତି ସଭ୍ୟ ସତ୍ୟମ୍ ପ୍ରଧାନ, ଅମଠୀ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଲମ୍ବୋଦର ପଣ୍ଡା, ସମାଜସେବୀ ଗୋବିନ୍ଦ ପଟେଲ, ମହେନ୍ଦ୍ର କୁମାର୍ ବାରିକ, ମହାଦେବ ବେହେରା, ଦିବସ କୁମାର ସାହୁ, ଲଲିତ କୁମାର୍ ମଲ୍ଲିକ, ମିନୋଜ ବିହାରି ପାଣ୍ଡେ, ଦିଗାମ୍ବର ସାହୁ, ଗଣେଶ୍ୱର ପଟେଲ, ବୈବ ରଣା ରାଜେନ୍ଦ୍ର ପଟେଲ, କିଶୋର ପ୍ରଧାନ, ଶୁକଦେବ ବେହେରା, ଉଭୟ ଦଳକୁ ପୁରସ୍କାର ବିତରଣ କରିଥିଲେ ରେଫରି ଭାବେ ଭବାନୀ ଶଙ୍କର ମାଝୀ, ଚିତ୍ତରଞ୍ଜନ ପାଣ୍ଡେ, ଗୋପାଳ ଗୀଙ୍ଗୀରା, ମୁକେଶ ସେଠ୍ ଦାୟିତ୍ବ ତୁଲାଇଥିଲେ ଥିଲେ l ଜ୍ୟୋତି ସ୍ପୋର୍ଟିଂ ର ସମସ୍ତ ଖେଳାଳି ସାହାଯ୍ୟ ସହଯୋଗ କରିଥିବା ବେଳେ ତୁଲାରାମ ପଟେଲ ଧନ୍ୟବାଦ ଦେଇଥିଲେ ।



