

ବିଜେପୁର ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ଏନ୍.ଏସ୍.ଏସ୍ ୟୁନିଟ୍ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ତଥା ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ପ୍ରତୀକ୍ଷା ସେଠଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସଂସ୍କୃତ ପ୍ରାଧ୍ୟାପକ ମହେନ୍ଦ୍ର କୁମାର ପଧାନ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ ।


ସଭାରେ ଜାତୀୟ ଯୁବ ଦିବସ ପାଳନର ବିଶେଷତ୍ବ, ମହତ୍ତ୍ବ ସହିତ ସ୍ବାମୀ ବିବେକାନନ୍ଦଙ୍କ ଅବଦାନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିବେକାନନ୍ଦଙ୍କ ଜୀବନ ଓ କୃତିତ୍ବ ଉପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ସଠିକ୍ ଉତ୍ତରଦାତାଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଅର୍ଥନୀତି ଅଧ୍ୟାପକ ଶ୍ରୀ ରବିକାନ୍ତ ମହାନନ୍ଦ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।





