ରାମଲୀଲା ମହୋତ୍ସବ ଅବସରରେ ରକ୍ତଦାନ ଶିବିର

ରାମଲୀଲା ମହୋତ୍ସବ ଅବସରରେ ରକ୍ତଦାନ ଶିବିର

ବରଗଡ/ଭେଡେନ : ବରଗଡ ଜିଲ୍ଲା ଭେଡେନ ଠାରେ ବିରାଟ ରାମଲୀଳା ମହୋତ୍ସବ ଅବସରରେ ନିଖିଳ ଉତ୍କଳ କୁଲି ମେହେର ସମାଜ ଓ ଅମୃତ କୁଟୁମ୍ ଙ୍କ ମିଳିତ ଆନକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନିଖିଳ ଉତ୍କଳ କୁଲି ମେହେର ସମାଜର ସଭାପତି ଦଶରଥ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାମଲୀଲା ର ଅଭିନେତା ମହାରାଜ ରାବଣ ତଥା କଳାକାର ଜଗଦାନନ୍ଦ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ମହୋତ୍ସବ କମିଟି ସଭାପତି ସ୍ବାଧୀନ ରଥ , ଅମୃତ କୁଟୁମ୍ ର ସଭାପତି ଆନନ୍ଦ ଚନ୍ଦ୍ର ସୁନା , ନିଖିଳ ଉତ୍କଳ କୁଲି ମେହେର ସମାଜର ବରଗଡ ଜିଲ୍ଲା ସଭାପତି ମଧୁସୁଦନ ମେହେର, ରାଜ୍ୟ ଉପ-ସଭାପତି ରାମ ମେହେର, ଉପଦେଷ୍ଟା ତିଲାରାମ ମେହେର ମଞ୍ଚାସୀନ ଥିଲେ । ଅମୃତ କୁଟୁମର ସକ୍ରିୟ ସଦସ୍ୟ ଶ୍ରୀଯୁକ୍ତ ପ୍ରହଲ୍ଲାଦ ମେହେର, ଶମ୍ଭୁ ମେହେର, ଜିଲ୍ଲା କୋଷାଧ୍ୟକ୍ଷ ନିବାସ ମେହେରଙ୍କ ପ୍ରତ୍ୟକ୍ଷ ସହଯୋଗରେ ଶିବିରଟି ଅନୁଷ୍ଠିତ ହୋଇଥିଲା । ରାଜ୍ୟ କୋଷାଧ୍ୟକ୍ଷ ମନୋରଞ୍ଜନ ମେହେର ଓ ସଂପାଦକ ପୁରନ ମେହେର ପରିଚାଳନାରେ ସହଯୋଗ କରିଥିଲେ । ଶିବିରରେ ୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇ ବୁର୍ଲା ବ୍ଲଡ଼ ବ୍ୟାଙ୍କକୁ ପଠା ଯାଇଥିଲା । କଲ୍ୟାଣୀ ମେହେର, ରଶ୍ମିତା ମେହେର, ପୁରନ ମେହେର, ମନୋରଞ୍ଜନ ମେହେର, ନିବାସ ମେହେର, ଶମ୍ଭୁନାଥ ମେହେର, ନେହେରୁ ମେହେର, ଦିଲ୍ଲୀପ ମେହେର, ପ୍ରହଲ୍ଲାଦ ମେହେର, ସନ୍ତୋଷ ମେହେର , ଗୋପିନାଥ ମେହେର, ସୁଦାମ ମେହେର, ଦିନେଶ ମେହେର, ମାନଭଞ୍ଜନ ମେହେର, ଶୁକଦେବ ମେହେର, ପ୍ରକାଶ ମେହେର, ଖଗେଶ୍ବର ଭୁକ୍ତା, ସୁବଳ ମେହେର, ଗୌର ମେହେର, ଲକ୍ଷ୍ୟ ମେହେର, ମାନସ ମେହେର ପ୍ରମୁଖ ରକ୍ତଦାତା ଗଣ ରକ୍ତଦାନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top