

ଆଓଲିନା ସାୟନ୍ତିକା ସାହୁ (୫ମ ଶ୍ରେଣୀ) ବ୍ଲକରେ ପ୍ରଥମ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା ୨୦୨୪-୨୫ର ଫଳାଫଳ ପ୍ରକାଶ ପାଇଛି ଏହି ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁର ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାଜିମାତ କରି ନିଜର ସ୍ବତନ୍ତ୍ର ସ୍ଥିତି ଜାହିର କରିଛି । ବିଦ୍ୟାଳୟର ଆରବ ପଧାନ ତୃତୀୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାର ଉତ୍କର୍ଷ ତାଲିକାରେ (Merit List) ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଓ ମନଦୀପ ପଟ୍ଟନାୟକ ତୃତୀୟ ସ୍ଥାନ ଏବଂ ବିରାଟ ଭୋଇ ଗରିବ ମେଧାବୃତ୍ତିରେ ପଞ୍ଚମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାର ଉତ୍କର୍ଷ ତାଲିକାରେ ( Merit list) ଆଓଲିନା ସାୟନ୍ତିକା ସାହୁ ବିଜେପୁର ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗରିବ ମେଧାବୃତ୍ତିରେ ସଚିକାନ୍ତ ସାହୁ ବ୍ଲକରେ ପ୍ରଥମ ସ୍ଥାନ ଓ ଶ୍ରୁତିଶ୍ରୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି। ଜାତୀୟ ଗ୍ରାମାଞ୍ଚଳ ମେଧା ବୃତ୍ତି ପରୀକ୍ଷା (NRTS) ୨୦୨୫ରେ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଅର୍ପଣ ସାହୁ, ଅଂଶୁମାନ ମେହେର ଓ ଲଲାଟେନ୍ଦୁ ରାଜ ସୁନା କୃତିତ୍ବ ହାସଲ କରି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତ୍ତା, ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଅଭିଭାବିକା, ଶୁଭେଚ୍ଛୁ ହିତାକାଂକ୍ଷୀ କୃତି ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କମନା ପୂର୍ବକ ଅଭିନନ୍ଦନ ଜଣାଇଛନ୍ତି ।


