

ବୃତ୍ତି ପରୀକ୍ଷାରେ ଟି.ଗଣ୍ଡପାଲି ଉ.ପ୍ରା ସ୍କୁଲର ଲଗାତାର ସଫଳତା
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଟି.ଗଣ୍ଡପାଲି ଉ.ପ୍ରା. ବିଦ୍ୟାଳୟର ଛାତ୍ର ଆୟୁଷ କୁମାର ସାହୁ, ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଏବଂ ଯୋଗେଶ୍ବର ସୁନା ଓ ଆୟୁଷ ସୁନା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ସେଥିପାଇଁ ବିଦ୍ୟାଳୟ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଟି.ଗଣ୍ଡପାଲି କ୍ଲଷ୍ଟର ସିଆରସିସି ପ୍ରଭାତ ରଞ୍ଜନ ସାହୁ ଉକ୍ତ ସଭାରେ ଯୋଗ ଦେଇ କୃତୀ ଛାତ୍ର ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପ୍ରକାଶ ଯୋଗ୍ୟ, ଶଶିଭୂଷଣ ସାହୁ ୨୦୧୭ ମସିହାରୁ ପ୍ରଧାନ ଶିକ୍ଷକ ଦାୟିତ୍ବ ନେବାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଲଗାତାର ଭାବେ ସଫଳତା ପାଇ ଆସୁଛନ୍ତି ବୋଲି ଗ୍ରାମର ଲୋକେ କହନ୍ତି । ୨୦୧୭ ରୁ ଏପର୍ଯ୍ୟନ୍ତ ମେଧାବୃତ୍ତି ଓ ଏନଏମଏମଏସ୍ ପରୀକ୍ଷାରେ ବିଦ୍ୟାଳୟର ୨୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ପ୍ରଧାନ ଶିକ୍ଷକ କହନ୍ତି । କେବଳ ଶୈକ୍ଷିକ କ୍ଷେତ୍ରରେ ନୁହେଁ ବରଂ ଅନ୍ତଃରାଜ୍ୟ ସ୍ତରୀୟ ଜେଆରସି କ୍ୟାମ୍ପର ନୃତ୍ୟ ବିଭାଗରେ ଏବଂ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି । ଉକ୍ତ ସଫଳତା ପଛରେ ଛାତ୍ରଛାତ୍ରୀଙ୍କର କଠିନ ପରିଶ୍ରମ ଏବଂ ଶିକ୍ଷକ ତଥା ଅଭିଭାବକଙ୍କ ମାର୍ଗଦର୍ଶନର ପ୍ରଛନ୍ନ ହାତ ରହିଛି ନିଶ୍ଚୟ ।





