

ଆଜି ଶୁକ୍ରବାର ବରଗଡ ଧନୁଯାତ୍ରାର ମଥୁରା ଭ୍ରମଣ କାର୍ଯ୍ୟକ୍ରମ
ବରଗଡ : ଆଜି ଶୁକ୍ରବାର ଦିନ ବରଗଡ ଧନୁଯାତ୍ରାର ମଥୁରା ଭ୍ରମଣ କାର୍ଯ୍ୟକ୍ରମ । ଆଦି ମାତାଙ୍କ ଠାରୁ ଭଗବାନ ଶ୍ରୀକୃଷ୍ଣ ଙ୍କ ରଥରେ ଯାତ୍ରା ଆରମ୍ଭ ହୋଇ, ପୂଜା ଅର୍ଚ୍ଚନା ହୋଇ ରଜକ ମାଳି ଉଦ୍ଧାର, କଳ୍ପନା ମାଝି ଘର, ବାନ୍ଦୁ ଟିକିରା କୁନା ମହାନ୍ତି ଘର, ଗଣେଶ ପ୍ରଧାନ ଘର ସାମ୍ନା ରେ ପୂଜା ହୋଇ ଗାନ୍ଧୀ ଛକ୍ ହୋଇ, ସିଧା ମୁନସିପାଲଟି ଅଫିସ ରୁ ବିକାଶ ଫାଷ୍ଟ ଷ୍ଟେପରୁ ଫେରି ଆସି ସବ୍ କଲେକ୍ଟର ଘର, ନେହେରୁ କ୍ଳବ୍, ବାଳକ ଘର, ଗଣ ଇସ୍ତାହାର ପ୍ରସନ୍ନ ମିଶ୍ର ଘର, ଦୋରା ଘର, କାଳୀ ମନ୍ଦିର ରେ କୁବୁଜା ଉଦ୍ଧାର କରିବା ପରେ, କଲେଜ ରୋଡ଼ ବିଶ୍ବ ନାୟକ ଘର, ପାତ୍ର କିରାନା ଘର, ଉତ୍କଳ ଗୌରବ ଲକ୍ଷ୍ମୀ ମଣ୍ଡପ ରୁ ମନା ବନ୍ଧ ବାଟ ଦେଇ ପ୍ରଦୀପ ପ୍ରଧାନ, ଦୀପକ ପାତ୍ର, ନରେଶ ଅଗ୍ରବାଲ, ହାଟପଦା ଦୁର୍ଗା ମନ୍ଦିର ଦର୍ଶନ ସାରି, ସଂଚାର ମଣ୍ଡଳୀ ଭାଙ୍ଗି, କୃଷ୍ଣ ଭକ୍ତ ବୃନ୍ଦାବନ ବିଶି ଘରେ ବିଶ୍ରାମ କାର୍ଯ୍ୟକ୍ରମ ରହିଛି । ଧନୁଯାତ୍ରା ପ୍ରମୀ ବନ୍ଧୁଗଣ ଉପରୋକ୍ତ କାର୍ଯ୍ୟକ୍ରମର ଉପଭୋଗ କରିବାର ସୁଯୋଗ ନେବେ ।



