ହୁମା, ମାନେଶ୍ୱର ଓ ଭତ୍ରା ଠାରେ କମ୍ବଳ ବଣ୍ଟନ

ହୁମା, ମାନେଶ୍ୱର ଓ ଭତ୍ରା ଠାରେ କମ୍ବଳ ବଣ୍ଟନ

ସମ୍ବଲପୁର : ଚଳିତବର୍ଷ ଭୀଷଣ ଶୀତ ହେଉଥିବା ଏବଂ ଶୀତବସ୍ତ୍ର ଅଭାବରୁ ଗରିବ ଅସହାୟ ଅସମର୍ଥ ବୃଦ୍ଧବୃଦ୍ଧା ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରତିବର୍ଷ ଭଳି ପଶ୍ଚିମାଞ୍ଚଳରେ ଲୋକ ସେବକ ମଣ୍ଡଳ ଓ ‘ସମାଜ’ ରିଲିଫ କମିଟି ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସମାଜର ଗରିବ ଅସହାୟ ଅସମର୍ଥ ବୃଦ୍ଧବୃଦ୍ଧା ଦିବ୍ୟାଙ୍ଗ ମାନଙ୍କୁ ଆଜି ଡିସେମ୍ବର ୨୯ ତାରିଖ ସୋମବାର ଠାରୁ କମ୍ବଳ ବଣ୍ଟନ କରିବା ଆରମ୍ଭ ହୋଇଯାଇଛି । ସମ୍ବଲପୁର ଜୋନ୍ ଲୋକ ସେବକ ମଣ୍ଡଳ, ସ୍ଥାନୀୟ ଉପଦେଷ୍ଟା କମିଟିର ସମ୍ପାଦକ ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ରଘୁନାଥ ମିଶ୍ର ଙ୍କର ତତ୍ତ୍ୱାବଧାନରେ ଡାକ୍ତର ନାରାୟଣୀ ପଣ୍ଡା, ଡ଼ଃ ଶଙ୍କର ପ୍ରସାଦ ପତି, ଡ଼ଃ ସିକତା ପଣ୍ଡା, ଡ଼ଃ ଧନେଶ୍ୱର ମେହେର, ଦୀପକ କୁମାର ବେହେରା, ଲୋକନାଥ ରାଉତ, ଲକ୍ଷ୍ମୀପ୍ରିୟା ମହାରଣା, ଅନୁପ କୁମାର ପଣ୍ଡା, ସଞ୍ଜୀବ କୁମାର ସାହୁ, ସୁରେଶ କୁମାର ସାହୁ, ବିଶାଙ୍କ ପତି ଓ ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ପ୍ରମୁଖ ହୁମା ଅଞ୍ଚଳକୁ ଯାଇ ପୂର୍ବାହ୍ନରୁ ବୀର ସୁରେନ୍ଦ୍ର ସାଏ ଜରାଶ୍ରମର ବୃଦ୍ଧବୃଦ୍ଧା ମାନଙ୍କୁ ଏବଂ ମାନେଶ୍ୱର ଯାଇ ଶ୍ରୀ ମାନଧାତା ବାବା ଶିବ ମନ୍ଦିର ନିକଟରେ ଭିକ୍ଷାବୃତ୍ତି କରୁଥିବା ଗରିବ ଅସହାୟ ଅସମର୍ଥ ବୃଦ୍ଧବୃଦ୍ଧା ଦିବ୍ୟାଙ୍ଗ ମାନଙ୍କୁ ଏବଂ ଭତ୍ରା ଅଞ୍ଚଳର ବୃଦ୍ଧବୃଦ୍ଧା ମାନଙ୍କୁ ୫୦ଟି କମ୍ବଳ ବଣ୍ଟନ କରିଥିଲେ | ଆଗାମୀ ଦିନରେ ପଶ୍ଚିମାଞ୍ଚଳର ବିଭିନ୍ନ ଜିଲ୍ଲା ମାନଙ୍କୁ ଲୋକ ସେବକ ମଣ୍ଡଳ ଓ ‘ସମାଜ’ ରିଲିଫ କମିଟିର କର୍ମକର୍ତ୍ତା ମାନେ ଯାଇ କମ୍ବଳ ବଣ୍ଟନ କରିବେ ବୋଲି ସମ୍ବଲପୁର ଲୋକ ସେବକ ମଣ୍ଡଳ ସମ୍ପାଦକ ରଘୁନାଥ ମିଶ୍ରଙ୍କ ଠାରୁ ଜଣାପଡିଛି ।

Leave a Comment

Your email address will not be published. Required fields are marked *

Scroll to Top