

ଭାରତୀୟ ଜାତୀୟ କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ ପାଳନ
ଭେଡେନ : ବରଗଡ ଜିଲ୍ଲା ଭେଡେନ ବୋଲେରୋ ଷ୍ଟେସନ କାର୍ଯ୍ୟାଳୟରେ ରବିବାର ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ତଥା ସଭାପତିତ୍ବରେ ୧୪୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରସାଦି କୁମାର ଦାସଙ୍କ ପରିଚIଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଦଶରଥ ମେହେର, ସମ୍ମାନୀତ ଅତିଥି ବରିଷ୍ଠ ନେତା ଭବାନୀ ଶଙ୍କର ପାଢୀ, କିସାନ ସେଲ ସଭାପତି ମାଧବ ସାହୁ, ରସିକ ସାହୁ, ଡୋଲାମଣି ମହାକୁର, ବ୍ଳକ ସଭାପତି ପଣ୍ଡା ପ୍ରତିଷ୍ଠା ଦିବସ ବାବଦରେ କଂଗ୍ରେସ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଳକ ସଭାପତି ଗଣେଶ ପଧାନ, ଜାପାନୀ ସାହୁ, ଅରକ୍ଷିତ ବାଗ, ବାଏଗନୁ ଛାନ୍ଦ, ଅନୁ କୁମ୍ଭାର, ଗୋବିନ୍ଦ ସାହୁ, ଦିଲ୍ଲିପ ଦାସ, ଚିନ୍ତାମଣି ମେହେର, କ୍ଷୀରସିନ୍ଦୁ ଡାଙ୍ଗ, ଗୋପାଳ ବାଗ, ଟଙ୍କଧର ଡାଙ୍ଗ, ପଞ୍ଚା ଉଏନା, ବଳରାମ ଭୁଏ, ସଞ୍ଚୟ ନନ୍ଦ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।


