ବିଜେପୁରରେ ଦ୍ବାଦଶ ଫକୀର ମୋହନ ସୁରତା ଉଚ୍ଛବ-୨୦୨୫ ପାଳିତ

ବିଜେପୁରରେ ଦ୍ବାଦଶ ଫକୀର ମୋହନ ସୁରତା ଉଚ୍ଛବ-୨୦୨୫ ପାଳିତ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଠାରୁ ସାମ୍ବାଦିକ ଜନାର୍ଦ୍ଦନ ପାଣିଗ୍ରାହୀଙ୍କ ସଭାପତିତ୍ବରେ ବରପାଲି ନୁପୁର କ୍ଲବ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜେପୁରଠାରେ ଦ୍ବାଦଶ ପକୀର ମୋହନ ପଟ୍ଟନାୟକ ସୁରତା ଉତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜମିଦାର ତଥା ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ମୁଖ୍ୟବକ୍ତା ଭାବେ ପଶ୍ଚିମ ଓଡ଼ିଶା ସମ୍ବଲପୁରୀ ଲୋକ ସଂସ୍କୃତି ଗବେଷକ ଡ. ସପନ କୁମାର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅତିଥିଗଣ ଉପସ୍ଥିତ ରହି ସାମୁହିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଡ.ପ୍ରଦୀପ ପଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୋକୁଳାନନ୍ଦ ସ୍ବାଇଁ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ପରେ ସମଗ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ପରମାନନ୍ଦ ସ୍ବାଇଁ ଓ ଅଜିତ ଛତ୍ରୀଆ ପରିଚାଳନା କରିଥିଲେ ।

ଅତିଥିଗଣ ସଙ୍ଗୀତଜ୍ଞ ସ୍ବର୍ଗତ ଫକୀର ମୋହନ ପଟ୍ଟନାୟକଙ୍କ କଳାକୃତିକୁ ସମ୍ମାନ ଜଣାଇ ତାଙ୍କ ଗୀତଗୁଡିକୁ ବରପାଲି ନୂପୁର ଅନୁଷ୍ଠାନ ବିଭିନ୍ନ ଉକ୍ତ ସୁରତା ଉଚ୍ଛବକୁ ପାଳନ କରି ଆମ ପଶ୍ଚିମ ଓଡ଼ିଶାର ଜଣେ ମହାନ କଳାକାରଙ୍କ ସ୍ମୃତିକୁ ମନେପକାଇ ଦେଉଥିବା ଏବଂ ସ୍ବର୍ଗତ ଫକୀର ପଟ୍ଟନାୟକଙ୍କ ରଚିତ ସଙ୍ଗୀତକୁ ସଙ୍ଗୀତ ପ୍ରେମୀ ଶ୍ରୋତାଙ୍କୁ ଶୁଣାଇ ସେହି ସଙ୍ଗୀତର ତାଳରେ ସମସ୍ତଙ୍କୁ ଝୁମାଇ ଦେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସମ୍ବଲପୁର ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଦୀପ କୁମାର ପଣ୍ଡା, ବିଜେପୁର ସଙ୍ଗୀତ କଳାକାର ସନ୍ତୋଷ ଦେହେରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତକାର ଟିଟିଲାଗଡ଼ ଗଗନ ବାଗ, ଅତାବିରା ଜଗତ ଗର୍ଡିଆ, ପାଟଣାଗଡ଼ ରେଶ୍ମାରାଣୀ ଦାଶ, ଭବାନୀପାଟଣା ସସ୍ମିତା ରାଉତ, ପୁଷ୍ପକ ସମ୍ବଲପୁର, ନୂପୁର ମଲ୍ଲିକ ସମ୍ବଲପୁର, ଦୁର୍ଗା ପ୍ରସାଦ ଦାସ ସମ୍ବଲପୁର, ବଲାଙ୍ଗୀର ପ୍ରତିଶ୍ରୁତି ନାଏକ ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ମାନ୍ତ୍ରମୁଗ୍ଧ କରିଥିଲେ । ପରେ ବରଗଡ଼ କଳାଜୀବୀ, ସମ୍ବଲପୁର ପଞ୍ଚବାଦ୍ୟ କଳାକାରମାନେ ତାଙ୍କ ଲୋକ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଅଶୋକ କୁମାର ପଣ୍ଡା ସଂଯୋଜନା କରିଥିଲେ ଓ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top