

ଧର୍ମ ପରାୟଣା ମହିଳା ବିମଳା ସୁନାଙ୍କ ମହାପ୍ରୟାଣ
ପଦ୍ମପୁର : ତା୨୭/୧୨/୨୦୨୫ ଶନିବାର ଦିନ ସକାଳ ପ୍ରାୟ ୧୧ ଟା ୪୫ ମି. ସମୟରେ ପଦ୍ମପୁର ନିବାସୀ ଶିକ୍ଷକ କ୍ଷୀର ସିନ୍ଧୁ ସୁନାଙ୍କ ମାତା ବିମଳା ସୁନାଙ୍କ ବୁର୍ଲା ଭୀମ୍ ସାର ଠାରେ ଦେହାନ୍ତ ହୋଇଯାଇଛି । ଅସୁସ୍ଥତା ହେତୁ ଚିକିତ୍ସାର ୧୦ ଦିନ ପରେ ଚିକିତ୍ସାବସ୍ଥାରେ ହଠାତ୍ ଦେହାନ୍ତ ହୋଇଥିଲା । ତାଙ୍କ ପ୍ରାର୍ଥୀବ ଶରୀରକୁ ଭିଟାମାଟି ସୋହେଲା ଥାନା ଅନ୍ତର୍ଗତ ସାଧୁପାଲି ଗ୍ରାମ ଠାରେ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା । ଜ୍ୟେଷ୍ଠ ପୁତ୍ର ତେଜରାଜ ସୁନାଙ୍କ ୨ ବର୍ଷ ତଳେ ଦ଼େହାନ୍ତ ହୋଇଥିଲା । ମରଶରୀର କୁ ଶୋଭାଯାତ୍ରାରେ ନେଇ ପୁଅ କ୍ଷୀରସିନ୍ଧୁ, ସରୋଜ ସମେତ ନାତି, ନାତୁଣୀ ,ଝିଅ ଜ୍ୱାଇଁ, ବନ୍ଧୁ, ଆତ୍ମୀୟ ସ୍ୱଜନ ସମେତ ଶେଷ ଦର୍ଶନ କରିଥିଲେ। ସାଧୁପାଲି ଗ୍ରାମର ମାଷ୍ଟର ଘାଟ ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା ।


