ରେଡିଏନ୍ସ ଶିକ୍ଷାନୁଷ୍ଠାନର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ରେଡିଏନ୍ସ ଶିକ୍ଷାନୁଷ୍ଠାନର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଶିକ୍ଷାର ବିକାଶ ନିମିତ୍ତ ସ୍ବର୍ଗତଃ ଠାକୁର ଚରଣ ମେହେରଙ୍କ ସ୍ମୃତିରେ ଗଢି ଉଠିଥିବା ଏକମାତ୍ର ରେଡିଏନ୍ସ୍ ଶିକ୍ଷାନୁଷ୍ଠାନର ଦୁଇ ଦିନିଆ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ଚେୟାରମେନ୍ ଶ୍ରୀଯୁକ୍ତ ଅଜିତ କୁମାର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେର, ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁରର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା କ୍ରୀଡାବିତ୍ ଶ୍ରୀ ବିଜ୍ଞ ବିଭୁଦତ୍ତ ସାହୁ, ସମ୍ମାନୀତ ଅତିଥି ଭାବେ ବିଜେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର, ସଭାପତି ଶ୍ରୀମତୀ କସ୍ତୁରୀ ମେହେର, ଏକାଡେମିକ୍ ଡାଇରେକ୍ଟର୍ ଶ୍ରୀଯୁକ୍ତ ଗୋବିନ୍ଦ ମେହେର, ଏଡମିଷ୍ଟେଟିଭ୍ ଡାଇରେକ୍ଟର୍ ଶ୍ରୀଯୁକ୍ତ ନେତ୍ରମଣୀ ମେହେର, ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର, ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ବାରିକ, ଉପଦେଷ୍ଟା ଶ୍ରୀମତୀ ରାଜେଶ୍ରୀ ମେହେର ଉପସ୍ଥିତ ରହି ସମାରୋହକୁ ସାମୁହିକ ଭାବେ ଉଦଯାପିତ କରିଥିଲେ । ଅଧ୍ୟାପକ ଡିଙ୍ଗିର ବାଗଙ୍କ ମଞ୍ଚ ପରିଚାଳନାରେ ପାଠ ଓ ସାଠ ଉଭୟ ପରିପୂରକ ଏବଂ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରେ କ୍ରୀଡା ସର୍ବଦା ଉପଯୋଗୀ ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ଅଭିଭାଷଣ ରଖିଥିଲେ ।

ସମ୍ମାନୀତ ଅତିଥି ପ୍ରଫେସର୍ ମିଶ୍ର କ୍ରୀଡ଼ା ଶରୀର ପାଇଁ ଉପାଦେୟତା ସଂପର୍କରେ ଆଲୋଚନା କରିଥିଲେ ।ଚେୟାରମେନ୍ ଶ୍ରୀଯୁକ୍ତ ମେହେର କ୍ରୀଡ଼ାରେ ଭାଗନେବା ଉଦ୍ଦେଶ୍ୟ ପୁରଷ୍କାର ଲାଭ ନୁହେଁ ନିଜର ଦକ୍ଷତା ପ୍ରଦର୍ଶନ କରିବା ବୋଲି ମତ ରଖିଥିବା ବେଳେ ଅଧ୍ୟକ୍ଷ ପ୍ରଫେସର ମେହେର କ୍ରୀଡା ଉତ୍ସବ ହେଉଛି ଅନୁଷ୍ଠାନର ଶକ୍ତି, ପ୍ରତିଭା ଏବଂ ସ୍ପନ୍ଦନଶୀଳ ଆତ୍ମାର ଉତ୍ସବ ବୋଲି ସମ୍ମାନୀତ ଅତିଥି ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ମତ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ କ୍ରୀଡ଼ାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଗଣ ପୁରଷ୍କୃତ କରିଥିଲେ । ସର୍ବୋତ୍କୃଷ୍ଟ କୃତି ପାଇଁ କଲେଜର ଛାତ୍ର ନିରାକାର ମେହେର, ରୋଜି ଦେଓ୍ବାନ ଓ ସ୍କୁଲର ଛାତ୍ର ସମ୍ବିତ ସାହୁଙ୍କୁ ଯୋଗ୍ୟ ରୂପେ ପୁରସ୍କୃତ କରାଯାଇଥିବା ବେଳେ ଶ୍ରେଷ୍ଠ ସ୍ବେଚ୍ଛାସେବକ ଭାବେ ଅମନ ମେହେର ଓ ରିତୁ ପଧାନଙ୍କୁ ପୁରଷ୍କୃତ କରାଯାଇଥିଲା । ଏହି ଅବସରରେ ଅଧ୍ୟାପକ ପ୍ରଫୁଲ୍ଲ ପ୍ରଧାନ ଓ ଶିକ୍ଷୟୀତ୍ରୀ ମମତା ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ରୀଡା ଶିକ୍ଷକ ସୁବ୍ରତ ବାରିକଙ୍କ ଖେଳ ପରିଚାଳନାରେ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କ ସମେତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଶିକ୍ଷକ ସୁବ୍ରତ ବାରିକ ସୂଚାରୁ ରୂପେ ଖେଳ ପରିଚାଳନା କରିଥିଲେ । ଚେୟାରମେନ୍ ଶ୍ରୀ ମେହେର, ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଆପ୍ରାଣ ପ୍ରୟାସକୁ କାର୍ଯ୍ୟକ୍ରମର ସଫଳତାର ଶ୍ରେୟ ଦେଇଥିଲେ । ଶେଷରେ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top