ବାର୍ଷିକ କ୍ରୀଡା ଉତ୍ସବ ଟୁହିଲାମାଲ ଉଦଯାପିତ

ବାର୍ଷିକ କ୍ରୀଡା ଉତ୍ସବ ଟୁହିଲାମାଲ ଉଦଯାପିତ

ବିଜେପୁର : ବରଗଡ ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ଟୁହିଲାମାଲ ଠାରେ ଦୁଇ ଦିନିଆଁ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଊଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଧିରେନ୍ କୁମାର ଦେବତାଙ୍କ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ସନତ କୁମାର ଗଡତିଆଙ୍କ ପ୍ରତିନିଧି ବୀର ସୁରେନ୍ଦ୍ର ସାହୁ ଉପସ୍ଥିତ ରହି କ୍ରୀଡା ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁବାଷ ଡନସନା, ସିଆରସିସି ପ୍ରକାଶ ମହାନନ୍ଦ, ଏସଏମସି ଚେୟାରପର୍ସନ୍ ଝସକେତନ ଡନସନା, ୟୁଜିଏମଇ ପ୍ରଧାନ ଶିକ୍ଷକ ହିମାଂସୁ ସେଠ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

ପ୍ରଧାନ ଶିକ୍ଷକ ଶ୍ରୀ ଦେବତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ବିଶ୍ବାଳ, ସମ୍ମାନୀତ ଅତିଥି ଭାବେ ବିଜେପୁର ଥାନାଧିକାରୀ ସୁଶାନ୍ତମଣୀ ମହାନ୍ତୀ, ଆଗଲପୁଯ ଥାନାଧିକାରୀ ବାସୁଦେବ ଭୋଇ ଉପସ୍ଥିତ ରହି ବାଳକ ଓ ବାଳିକା ଚମ୍ପିଅନ୍ ଯଥାକ୍ରମେ ସଭାକର ଗୁରୁ ଓ ଲକ୍ଷ୍ମୀ ଭୁଏଙ୍କୁ ପୁରଷ୍କୃତ କରିଥିଲେ । ସ୍ଥାନୀୟ ଛାତ୍ରଛାତ୍ରୀ ସ୍ବାଗତ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ବାଳକୃଷ୍ଣ ପୋଢ, ଦଶରଥ ଗଡତିଆ, ଉମାକାନ୍ତ ଡନସନା, ହରେକୃଷ୍ଣ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ସମଗ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଅଶ୍ବିନୀ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top