ଷଷ୍ଠ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ଷଷ୍ଠ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବାରଗୋଟି କ୍ଲଷ୍ଟରସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ମାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାରିଂ ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ପୁରିଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ ଗହକିଲାଲ ନାଏକ ଓ ଭାଦ୍ରବ ପାଣ୍ଡେ ଅତିଥି ଭାବେ ଯୋଗଦେଇ ଥିଲେ । ସହକାରୀ ଶିକ୍ଷକ ଗେହ୍ଲାମଣି ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ଶୈକ୍ଷିକ ଦିଗ ଉପରେ ଆଲୋଚନା ହୋଇଥିଲା । ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଚଳିତବର୍ଷ ବାର୍ଷିକ ପରୀକ୍ଷା ବୋର୍ଡ଼ ଶୈଳୀରେ ଅନୁଷ୍ଠିତ ହେବାକୁ ରହିଥିବାରୁ ଏ ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲାଳ। ସହକାରୀ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ସା ଧନ୍ୟବାଦ ଅର୍ପଣ କରିଥିଲେ । ଟିଟୋରାମ ଲୁହା, ପାର୍ଥବ ଚରଣ ଦାଶ, ଉର୍ମିଳା ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କ୍ଲଷ୍ଟରର ଦଶଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଏଫ୍.ଏଲ.ଏନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ । ସେହିପରି ବାସୁଦେବ ସାହୁ, ସୀତାରାମ ଦୀପ, ଦୁର୍ବାଦଳ ବଡଗୋଛିଆ, ପ୍ରଭାତ ରଂଜନ ସାହୁ, ନବୀନ କୁମାର ସାହୁ, ସୁଧାଂଶୁ ଶେଖର ଜାଲ, ହେମନ୍ତ କୁମାର ଆରୁକ, ପ୍ରକାଶ ମହାନନ୍ଦ, ପ୍ରଫୁଲ୍ଲ ଭୋଇ, ତ୍ରିନାଥ ସେଠ, ଡୋଳାମଣି କୁମ୍ଭାର ପ୍ରମୁଖ ସିଆରସିସିଙ୍କ ଆବାହକତ୍ବରେ ବିଭିନ୍ନ ବିଦ୍ୟାଳୟରେ ଷଷ୍ଠ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top