

ଟି.ଗଣ୍ଡପାଲି ଉ.ପ୍ରା ସ୍କୁଲରେ କ୍ରୀଡା ଉତ୍ସବ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସରକାରୀ ଉ.ପ୍ରା ବିଦ୍ୟାଳୟ ଟି.ଗଣ୍ଡପାଲିରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶଶିଭୂଷଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସିଆରସିସି ପ୍ରଭାତ ରଞ୍ଜନ ସାହୁ, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭରତ ସା ଉପସ୍ଥିତ ଥିଲେ । ଗ୍ରାମର ବୁଢ଼ାରଜା ମନ୍ଦିରରୁ ଏକ ମଶାଳ ଯାତ୍ରା ଆରମ୍ଭ ହୋଇଥିଲା । କ୍ରୀଡାରେ ସ୍ବତନ୍ତ୍ର, ଉପକନିଷ୍ଠ, କନିଷ୍ଠ , ବରିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୌଡ଼, ବସ୍ତା ଦୌଡ଼, ବେଲେନ୍ସ ରେସ୍, ପୁଚିଖେଳ, ହାଣ୍ଡି ପିଟା, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଇତ୍ୟାଦି ୧୭ ଗୋଟି ପ୍ରତିଯୋଗିତା କରାଯାଇଥିଲା । ଉଦଯାପନୀ ସମାରୋହରେ ବିଦ୍ୟାଳୟର ଏସଏମସି ଚେୟାରପର୍ସନ୍ ରୋହିତ ସାହୁ ଏବଂ ରାଜକୁମାର ସାହୁ, ବାଳ ଗୋପାଲ ସାହୁ, ଭାଗ୍ୟବତୀ ସାହୁ, ଝରଣା କୁମ୍ଭାର, ନନ୍ଦିନୀ ସାହୁ, ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଏବଂ ଟ୍ରଫି ଦେଇ ସମ୍ମାନୀତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଖେଳ ଶିକ୍ଷକ କ୍ଷୀରୋଦ୍ର ବାରିକ, କୁଳମଣି ସାହୁ, ନିରୁପମା ବାରିକ, ସୁରେଶ କୁମାର ସାହୁ, ମନୋଜ ସାହୁ, ରାଜେଶ ସେଠ୍ ସହଯୋଗ କରିଥିଲେ । ଶିକ୍ଷକ ସୁଶିଲ ସୁନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।





