



ଦିଲ୍ଲୀରେ ସମ୍ମାନୀତ ହେଲେ ଓଡିଶାର ବିଭିନ୍ନ ପ୍ରତିଭା
ସମ୍ବଲପୁର : ଭାରତୀୟ ଦଲିତ ସାହିତ୍ୟ ଏକାଡେମି ୪୧ ତମ ରାଷ୍ଟ୍ରୀୟ ଅଧିବେଶନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫେସର ଡ.ସୋହନପାଲ ସୋମନାକ୍ଷରଙ୍କ ଅଧ୍ୟକ୍ଷତାରେ ପଞ୍ଚଶୀଳ ଆଶ୍ରମ, ଝରୋଦା, ନୂଆଦିଲ୍ଲୀ ଠାରେ ୨୦୨୫ ଡିସେମ୍ବର ୧୨ ଓ ୧୩ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ.ସତ୍ୟନାୟଣ ଜଟିଆ, ସମ୍ମାନୀୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଂଘପ୍ରିିୟ ଗୌତମ ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ଏଥିରେ ସାରା ଭାରତର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କବି, ଲେଖକ, ଗାୟକ, ସାହିତ୍ୟିକ, ସମାଜସେବୀ ପ୍ରଭୃତିଙ୍କୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସମ୍ମାନୀତ କରାଯାଇଥିଲା ।


ଭାରତର ଦଶ ଜଣଙ୍କ ମଧ୍ୟରୁ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଓ ଓଡିଶା ରାଜ୍ୟ ସଭାପତି ନିହାଲ ସିଂଙ୍କୁ ଡ.ବି.ଆର୍.ଅମ୍ବେଦକର ଜାତୀୟ ସେବା ସମ୍ମାନ, ଭାରତର ଏକ ଜଣ ମଧ୍ୟରେ ଓଡିଶାର ଇଂ ସୁଧିର କୁମାର ସାହୁଙ୍କୁ ସନ୍ଥକବି ଭୀମ ଭୋଇ ଜାତୀୟ ସେବା ସମ୍ମାନ, ଭାରତର ୩୦ ଜଣ ମଧ୍ୟରୁ ଓଡିଶାର ଡ.ଶ୍ରୀ ଶ୍ରୀ ଶ୍ରୀ ଟିକି ବାବାଙ୍କୁ ଡ.ବି.ଆର୍. ଅମ୍ବେଦକର ସ୍ବତନ୍ତ୍ର ସମ୍ମାନ, ଭାରତର ଏକ ଜଣ ମଧ୍ୟରେ ଓଡିଶାର ଅଶ୍ବିନୀ ମେହେରଙ୍କୁ ଭଗବାନ ବିର୍ସା ମୁଣ୍ଡା ସ୍ବତନ୍ତ୍ର ସମ୍ମାନ, ମୋମିନା ଖାତୁନଙ୍କୁ ବାବା ସାହେବ ବି.ଆର୍ ପ୍ଲକପ୍ ଅନର୍ ଜାତୀୟ ସମ୍ମାନ ଏବଂ ଗଦାଧର ନିଆଲ, ବିପ୍ର ଚରଣ ଜୟପୁରିଆ, ପଦ୍ମିନୀ ସିଂ, କର୍ମରାଜ (ହ୍ରଦ) ମଲ୍ଲିକ, ଜନାବ ଖାଁ, ଘନ ନାଗ, ଅଶୋକ କୁମାର ବାଗ, ଧର୍ମେନ୍ଦ୍ର ନାଗଙ୍କୁ ଡ.ବି.ଆର୍.ଅମ୍ବେଦକର୍ ନେସନାଲ ଫେଲୋସିପ୍ ଆଓ୍ବାର୍ଡ,


ଜଗନ୍ନାଥ କୁମ୍ଭାର, ଡ.ଶୁଶିଳ କୁମାର ବେହେରା, ଅମିନ ମହାନନ୍ଦ, ସଫେତ ବାରିକ, ଦେବାଶିଷ କୁମାର ପାଣିଗ୍ରାହୀ, ବିକ୍ରମ ସାହୁ, ପିଙ୍କି ଲୁହାଙ୍କୁ ଭଗବାନ ବୁଦ୍ଧ ନେସନାଲ ଫେଲୋସିପ୍ ଆଓ୍ବାର୍ଡ, କୃଷ୍ଣ ଚନ୍ଦ୍ର ସେନ୍ଦ୍ରିଆ, ବନମାଳୀ ଦାଶ, ଅଜୟ କୁମ୍ଭାର, ଆଇନଜୀବୀ ଜିତେନ୍ଦ୍ର ରାଉତଙ୍କୁ ମହାତ୍ମା ଜ୍ୟୋତିବା ଫୁଲେ ନେସନାଲ ଫେଲୋସିପ୍ ଆଓ୍ବାର୍ଡ, ଯଶୋବନ୍ତି ନିଆଲ, ଚାନ୍ଦିନୀ ମେହେର, ଡ.ଜ୍ୟୋତ୍ସ୍ନା ପଧାନ, ନୁରି ପାଣିଗ୍ରାହୀଙ୍କୁ ସାବିତ୍ରୀ ବାଈ ଫୁଲେ ନେସନାଲ ଫେଲୋସିପ୍ ଆଓ୍ବାର୍ଡ ଭଳି ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ପ୍ରତ୍ୟେକ ବର୍ଷ ଭାରତର ଦଲିତ ସାହିତ୍ୟ ଲେଖକ, ସମାଜସେବୀ ଓ ଅନ୍ୟାନ୍ୟ ପ୍ରତିଭାଙ୍କୁ ଉପଯୁକ୍ତ ସମ୍ମାନ ଦେବା, ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୁକ୍କାୟିତ ରହି ଯାଉଥିବା ପ୍ରତିଭା ମାନଙ୍କୁ ସମ୍ମାନୀତ କରି ଉତ୍ସାହିତ କରାଇବାରେ ଭାରତୀୟ ଦଲିତ ସାହିତ୍ୟ ଏକାଡେମି ପ୍ରତ୍ୟେକ ବର୍ଷ ଡିସେମ୍ବର ମାସରେ ରାଷ୍ଟ୍ରୀୟ ବାର୍ଷିକ ସମ୍ମିଳନୀ କରି ମହତ୍ କାର୍ଯ୍ୟ କରି ଆସୁଅଛି ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ ।





