ନିଆରା ଢଙ୍ଗରେ ଅମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

ନିଆରା ଢଙ୍ଗରେ ଅମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

ସମ୍ବଲପୁର : ସମ୍ବଲପୁର ଧନକଉଡାର ସ୍ଥାନୀୟ ବାହାଲପଡା ଠାରେ ଡକ୍ଟର ବିଆର ଆମ୍ବେଦକର ସୋସିଆଲ ଓ୍ବେଲଫେଆର ଫେଡେରେସନ ସମ୍ବଲପୁର ତରଫରୁ ବାବା ସାହେବ ଡକ୍ଟର ବି.ଆର୍ ଅମ୍ବେଦକରଙ୍କ ୭୯ ତମ ମହାପରିନିର୍ବାଣ ଦିବସ ସଭାପତି ଇଂ ଦ୍ବିତୀୟା ଗର୍ଡିଆଙ୍କ ସଭାପତିତ୍ବରେ ଆନ୍ତରିକତାର ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ସହରର କରମଟୁଲି, ଧନକଉଡ଼ା, କମଲାପଡ଼ା, ବିନାଖଣ୍ଡି, ଆମ୍ବେଦକର ନଗର ଏବଂ ବାହାଲପଡ଼ାର ପାଖାପାଖି ୫୦ ରୁ ଉର୍ଦ୍ଧ୍ବ ଗରିବ ଅସହାୟ ବୃଦ୍ଧ ବୃଦ୍ଧାମାଙ୍କୁ କମ୍ବଳ ପ୍ରଦାନ କରାଯାଇଛି । ଏଥିରେ ଫେଡ଼େରେସନର ସଭାପତି ଇଂ ଦ୍ବିତୀୟା ଗର୍ଡିଆ, କାର୍ଯ୍ୟକାରୀ ସଭାପତି ବରୁଣ ସୁନା, ସମ୍ପାଦକ କ୍ଷେତ୍ରମଣି ବିଭାର, ସହକାରୀ ସମ୍ପାଦକ ରାଜେଶ କୁମ୍ଭାର, କୋଷାଧ୍ୟକ୍ଷ ଯଦୁନାଥ ସୁନା, ସହକାରୀ କୋଷାଧ୍ୟକ୍ଷ ପଞ୍ଚମଲାଲ ତାଣ୍ଡି ଏବଂ ଚୂଳକାନ୍ତି ତାଜନ ସାମିଲ ରହି ଉପରୋକ୍ତ ପଡ଼ାମାନଙ୍କୁ ଯାଇ କମ୍ବଳ ବଣ୍ଟନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top