ସମଲେଇପଦରରେ ଲକ୍ଷ୍ମୀ ପୁରାଣ ଗାୟନ କାର୍ଯ୍ୟକ୍ରମ ଉଦଯାପିତ

ସମଲେଇପଦରରେ ଲକ୍ଷ୍ମୀ ପୁରାଣ ଗାୟନ କାର୍ଯ୍ୟକ୍ରମ ଉଦଯାପିତ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡମାଁ ପାର୍ବତୀ ଗିରିଙ୍କ ଜନ୍ମ ସ୍ଥଳୀ ସମଲେଇପଦର ଗ୍ରାମରେ ମାଁ ମହାଲକ୍ଷ୍ମୀ ପୂଜା କମିଟୀ ଆନୁକୂଲ୍ୟରେ ମାର୍ଗଶୀର ମାସ ସାରା ପ୍ରତି ସନ୍ଧ୍ୟାରେ ଚାଲିଥିବା ମହାଲକ୍ଷ୍ମୀଙ୍କ ମାସାନ୍ତ ପୁରାଣ ଗାୟନ କାର୍ଯ୍ୟକ୍ରମ ଲେଖକ ତଥା ବାଗ୍ମୀ ଶରତ ଚନ୍ଦ୍ର ଗିରିଙ୍କ ସଭାପତିତ୍ବରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ପ୍ରାବଚନିକ କାର୍ଯ୍ୟକ୍ରମରେ ବ୍ରହ୍ମଚାରିଣୀ, ବକ୍ତା ତଥା ଗାୟିକା ଝରଣା ସାହୁ କେ.ଗଣ୍ଡପାଲି ମ୍ୟୁଜିକ୍ ଦଳ ସହିତ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ । ଗୋସ୍ବାମୀ ବିପ୍ରରାଜ ଭାରତୀ ଓ ବାଲମତୀ ଭରତୀ ପୂଜ୍ୟପୂଜା ଚନ୍ଦନ ତିଳକ କାର୍ଯ୍ୟ ତୁଳାଇଥିଲେ । ଦରଦି ଶିକ୍ଷକ ଜୟ ପ୍ରକାଶ ଗିରୀ ଉଦ୍ଦେଶ୍ୟ ଜ୍ଞାପନ ଓ ଆଶିର୍ବାଦାର୍ପଣ କରିଥିଲେ । ଜନ ସମାଗମରେ ସମସ୍ତଙ୍କ ଯୋଗଦାନ ସଭାର ଗମ୍ଭାରତାକୁ ଦ୍ବିଗୁଣିତ କରିଥିଲା । ଏହି ଅବସରରେ ବୁଢାବୁଢୀ, ନିଃସହାୟ, ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ଶିତବସ୍ତ୍ର ତଥା କମ୍ବଳ ବଣ୍ଟନ କରାଯାଇଥିଲା । ପ୍ରତି ସନ୍ଧ୍ୟାରେ ଗ୍ରାମର ପରମାନନ୍ଦ ଗିରି ମାର୍ଗଶୀର ମାସ ସାରା ମହାଲକ୍ଷ୍ମୀ ପୁରାଣ ଗାୟନ କରି ଆଧ୍ୟାତ୍ମିକ ଚିନ୍ତନ ପିପାସୁ ଜନସାଧାରଣଙ୍କ ମନରେ ଆଧ୍ୟାତ୍ମିକତା ଜାଗ୍ରତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରାତ୍ରୀ ୯ ଟା ପର୍ଯ୍ୟନ୍ତ ଚାଲିଥିଲା । ଗାୟକ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ପରେ ପ୍ରସାଦ ସେବନ କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top