

ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଲଣ୍ଡା ନାକଟରେ ସମ୍ବଲପୁର – ପଦ୍ମପୁର – ନୂଆଁପଡା ଭାୟା ବିଜେପୁର ଏସି ବସ ନମ୍ବର OD08W9826 ରେ ଆଜି ସନ୍ଧ୍ୟା ପ୍ରାୟିଆଁ ଲଗାଯାଇଥିବା ସୂଚନା ମିଳିଛି । ସମ୍ବଲପୁର, ପଦ୍ମପୁର – ନୂଆପଡା ଭାୟା ବିଜେପୁର ଆସୁଥୁବା ସରକାରୀ AC ବସ୍ରେ (ବସ୍ ନମ୍ବର OD08W9826) ଆଜି ସନ୍ଧ୍ୟା ପ୍ରାୟ ୫ ରୁ ୫ଟା ୩୦ମି. ମଧ୍ୟରେ ବଲଣ୍ଡା ନିକଟରେ ସର୍ଟ ସର୍କିଟ୍ ଯୋଗୁଁ ହଠାତ୍ ନିଆଁ ଲାଗିଯାଇଥିଲା । ବସର ଡ୍ୟାସ୍ ବୋର୍ଡ ଭାଗରୁ ଧୁଆଁ ବାହାରିବାରୁ ଯାତ୍ରୀମାନେ ଆତଙ୍କିତ ହୋଇ ବସ ଭିତରୁ ତୁରନ୍ତ ବାହାରି ଆସିଥିଲେ । ଘଟଣା ସମୟରେ ବସ୍ରେ ଥିବା ଯାତ୍ରୀମାନଙ୍କ ସଚେତନତା ଓ ଚାଳକଙ୍କ ସହଯୋଗରେ ଲୋକେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇପାରିଛନ୍ତି । ସୌଭାଗ୍ୟବଶତଃ କୌଣସି ପ୍ରାଣହାନୀ ଘଟି ନଥିଲା । ବସର ସାମ୍ନା ଭାଗରେ ଅଗ୍ନିର ପ୍ରଭାବ ପଡ଼ିଥିବା ସୂଚନା ମିଳିଛି । ସୂଚନା ପାଇବା କ୍ଷଣି ବିଜେପୁର ଅଗ୍ନିଶମ ବିଭାଗର ଅଶ୍ବିନୀ ସାହୁ, ମଳୟ ପ୍ରସାଦ ସାହୁ, କମଳ ସ୍ବାଇଁ, ସତ୍ୟଜିତ ମହାଳିଙ୍ଗ, ହେମନ୍ତ କୁମାର ପ୍ରଧାନ, ଆମରଜିତ ଡୁମଡୁମ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ବସ ଭିତରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିଥିଲେ । ଅଗ୍ନିକାଣ୍ଡର ସଠିକ କାରଣ ଖୋଜିବା ପାଇଁ ଅନୁସନ୍ଧାନ ଜାରୀ ରହିଛି ।


