ବରିଷ୍ଠ ନାଗରିକ ତିର୍ଥଯାତ୍ରା ଯୋଜନାରେ ୧୨୭ ଜଣଙ୍କ ଯାତ୍ରା

ରାମେଶ୍ବରମ ଏବଂ ମଦୁରାଇ ଯାତ୍ରାର ଶୁଭାରମ୍ଭ

ବରଗଡ଼ : ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସମ୍ବଲପୁର ଠାରୁ ରାମେଶ୍ବରମ୍ ଏବଂ ମଦୁରାଇ ଅଭିମୁଖେ ଆଧ୍ୟାତ୍ମିକ ଯାତ୍ରାରେ ବରଗଡ ଜିଲ୍ଲାର ମୋଟ ୧୨୭ ଜଣ ବରିଷ୍ଠ ନାଗରିକ ତଥା ତୀର୍ଥଯାତ୍ରୀଙ୍କ ଯାତ୍ରାର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସିଂଙ୍କ ପ୍ରଚେଷ୍ଟାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା, ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବାନନ୍ଦ ସାହୁ, ଡେପୁଟି କଲେକ୍ଟର ଶ୍ରୀମତୀ ସୁମତି ପଣ୍ଡା ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅଜୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ଯାତ୍ରାର ଶୁଭାରମ୍ଭ କରିଥିଲେ । ସୂଚନା ଅନୁସାରେ ଏହି ତୀର୍ଥ ଯାତ୍ରା ସମୟରେ ବରିଷ୍ଠ ନାଗରିକଙ୍କୁ ସହଯୋଗ କରିବା ପାଇ ଭେଡେନ ବ୍ଳକ ବିଏସଏସଓ ଚକ୍ରପାଣି ଦାଶ, ବରଗଡ଼ ତହସିଲ କନିଷ୍ଟ ରାଜସ୍ୱ ସହାୟକ ଅରୁଣ ରାଜହଂସ, ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ଅମିତ କୁମାର ସାହୁ, ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ନିୟୋଜିତ କନିଷ୍ଟ ରାଜସ୍ୱ ସହାୟକ ଆଲୋକ ଗରିଆଙ୍କୁ ଏସକର୍ଟ ଅଫିସର ଭାବେ ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତ କରାଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top