ଜିଲ୍ଲା ସ୍ତରୀୟ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗୀତା

ଭଟଲି ବ୍ଳକ ଚାମ୍ପିଅନ୍, ପାଇକମାଲ ଦଳ ରନର

ବିଜେପୁର : ବରଗଡ ଜିଲ୍ଲା ସ୍ତରୀୟ ତିନି ଦିନିଆଁ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ବିଜେପୁର ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଉଦଯାପିତ ହୋଇଯାଇଛି। ଆବାହକ ବିଜେପୁର ବିଇଓ ବଲ୍ଲଭ ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ, ସ୍ବତନ୍ତ୍ର ଅତିଥି ଭାବେ ଏନ୍.ଏ.ସି ଅଧ୍ୟକ୍ଷା ସୀତା ବାରିକ, ସମ୍ମାନୀତ ଅତିଥି ଭାବେ ଡିପିଇଓ ଜ୍ୟୋତିଷ ଚନ୍ଦ୍ର ପଧାନ, ଏବିଇଓ ସୁଶାନ୍ତ କୁମାର ପାଣ୍ଡେ, ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋଜ ବେହେରା, ଏବିଇଓ ସୁଶାନ୍ତ ପାଣ୍ଡେ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ୧୨ ଗୋଟି ବ୍ଳକର କ୍ରିକେଟ୍ ଦଳ ମଧ୍ୟରେ ହୋଇଥିବା ଖେଳ ପ୍ରତିଯୋଗିତାରେ ଭଟଲି ଓ ପାଇକମାଲ ବ୍ଲକ କ୍ରିକେଟ ଦଳ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା । ବ୍ୟାଟିଂ ସୁଯୋଗ ପାଇକମାଲ ଦଳ ୧୦ ଓଭରରେ ୭୩ ରନ ସଂଗ୍ରହ କରିଥିବା ବେଳେ ଭଟଲି ଦଳ ୯ ଓଭରରେ ୭୪ ରନ ସଂଗ୍ରହ ବିଜୟ ହାସଲ କରିଥିଲେ । ବିଜେତା ଭାବେ ଭଟଲି ଓ ଉପ- ବିଜେତା ଭାବେ ପାଇକମାଲ ଦଳ ଟ୍ରଫି ସହିତ ପୁରଷ୍କୃତ ହୋଇଥିଲେ । ଶିକ୍ଷକ ବିଜୟ ରଞ୍ଜନ ଦାଶଙ୍କ ସଭା ପରିଚାଳନାରେ କାର୍ଯ୍ୟକ୍ରମରେ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ଜିଲ୍ଲାର ଖେଳ ଶିକ୍ଷକମାନଙ୍କ ମିଳିତ ଭାବେ ଖେଳ ପରିଚାଳନାରେ କରିଥିଲେ । ଶେଷରେ ଖେଳ ଶିକ୍ଷକ ହୃଦମଣି ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top