

ସମ୍ବିଧାନ ପ୍ରଣେତା ଡ.ବାବାସାହେବ ଅମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ


ସୋହେଲା : ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଟୁଙ୍ଗିବନ୍ଦଲି ଗ୍ରାମରେ ସମ୍ବିଧାନ ଦିବସ ପାଳନ ଅବସରରେ ସମାଜସେବୀ ରମେଶ କୁମ୍ଭାରଙ୍କ ଦ୍ବାରା ସମ୍ବିଧାନ ପ୍ରଣେତା ଡ.ବାବାସାହେବ ଅମ୍ବେଦକରଙ୍କ ପ୍ରତିମୂୂର୍ତ୍ତୀ ଉନ୍ମୋଚିତ ହୋଇଯାଇଛି ।


ମୁଖ୍ୟବକ୍ତା ଓ ବକ୍ତା ଭାବେ ଯଥାକ୍ରମେ ପ୍ରଦୀପ ଦୀପ ଓ ସରୋଜ କୁମ୍ଭାର, ସମ୍ମାନୀତ ଅତିଥି ଭାବେ ଗରିବ କୁମ୍ଭାର, ପ୍ରଭାସିନୀ ବିଭାର, ଲାୟର ସୁନା, ପ୍ରମୋଦ ଲୁହୁରା, ଅରବିନ୍ଦ ମହାନନ୍ଦ, ନାରାୟଣ ବୁଧିଆ ଉପସ୍ଥିତ ରହି ସମ୍ବିଧାନର ପ୍ରଣୟନ ଓ ଏହାର ମହତ୍ବ ବିଷୟରେ ସୁଚିନ୍ତିତ ମତମନ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରଥମେ ଏକ ପଦଯାତ୍ରା ପରେ ଟୁଙ୍ଗିବନ୍ଦଲି ସ୍ଥିତ ଅମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଆୟୋଜିତ ସଭାରେ ହଜାର ସଂଖ୍ୟାରେ ସମ୍ବିଧାନ ପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।





