ଦଳିତ ସୁରକ୍ଷା ପରିଷଦ ତରଫରୁ ସମ୍ବିଧାନ ଦିବସ ପାଳନ

:ଦଳିତ ସୁରକ୍ଷା ପରିଷଦ ତରଫରୁ ସମ୍ବିଧାନ ଦିବସ ପାଳନ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭାବନରେ ବୁଧବାର ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଅଧ୍ୟକ୍ଷ ନିହାଲ ସିଂଙ୍କ ସଭାପତିତ୍ୱରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଆଶୁ ତଥା ବ୍ୟଙ୍ଗକବି ଗଦାଧର ନିଆଲ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଛତ୍ରପତି ସୁନାନୀ, ସମ୍ମାନୀତ ଅତିଥି ଭାବେ ଗୀତିକାର ଶିବଶଙ୍କର ପ୍ରଧାନ, ଆର୍ତ୍ତବନ୍ଧୁ ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନ ବିଷୟରେ ବିଶେଷ ମତ ମନ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ସମ୍ବିଧାନ ପ୍ରଣେତା ବାବା ସାହେବ ଡ.ବି.ଆର. ଆମ୍ବେଦକର ଭାରତୀୟ ସମ୍ବିଧାନ ଜରିଆରେ ମାନବ ବବାଦର ପରିଚୟ ସୃଷ୍ଟିକରି ଇତିହାସ ରଚିଛନ୍ତି ବୋଲି ମତପ୍ରରକାଶ ପାଇଥିଲା | ଗୁଣରଞ୍ଜନ ସାଲିମା, ମୀନାକ୍ଷୀ ରାଉତ, ପୁରେନ୍ଦର ସୁନା, ଅମିନ ମହାନନ୍ଦ, ପିଙ୍କି ଲୁହା, ଗୀତାଞ୍ଜୀ ପୋଢ଼ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top