ଉପଖଣ୍ଡ ସ୍ତରୀୟ ଏକତା ପଦଯାତ୍ରା ଆୟୋଜିତ

ଉପଖଣ୍ଡ ସ୍ତରୀୟ ଏକତା ପଦଯାତ୍ରା ଆୟୋଜିତ

ପଦ୍ମପୁର : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ଏକତା ଦିବସ ଅବସରରେ ଆଜି ପଦ୍ମପୁର ସ୍ଥାନୀୟ ଆର.ବି.ହାଇସ୍କୁଲ ପଡିଆ ଠାରୁ ଭେଉଁରିଆ ଛକ, ରାଜବାଟି ପଡିଆ, ଶାସ୍ତ୍ରୀଛକ, ଦୁର୍ଗା ମନ୍ଦିର ପରେ ପୁଣି ଭେଉଁରିଆ ଛକ ଦେଇ ଆର.ବି. ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଏକତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଯୋଗ ଦେଇ ଉକ୍ତ ଐତିହାସିକ ପଦଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ପଦ୍ମଶ୍ରୀ ଡ଼ ହଲଧର ନାଗ, ଉପ-ଜିଲ୍ଲାପାଳ ସ୍ନେହା ଅରଗୁଲା ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀ ପାଣ୍ଡବ ଶବର, ସ୍ତମ୍ଭକାର ତଥା ଅଧ୍ୟାପକ ଶ୍ରୀ ସୁଶାନ୍ତ ମିଶ୍ର ସମେତ ସମସ୍ତ ଉପଖଣ୍ଡ ସ୍ତତରୀୟ ଅଧିକାରୀ, କର୍ମଚାରୀ, ପୋଲିସ ବାହିନୀ, ଲାୟନ୍ସ କ୍ଳବ୍, ସହଯୋଗ ଅନୁଷ୍ଠାନ, ଛାତ୍ରଛାତ୍ରୀ ଏବଂ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ଏକତା ପାଇଁ ପଦଯାତ୍ରା କରିବା ସହ ରାଷ୍ଟ୍ର ନିର୍ମାଣ ପାଇଁ ସଜାଗ ହେବା ନିମିତ୍ତ ସମସ୍ତଙ୍କୁ ଆହ୍ବାନ କରିଥିଲେ । ଜିଲ୍ଲା ପ୍ରଶାସନ ତଥା କ୍ରୀଡା ଓ ଯୁବସେବା ବିଭାଗ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ମାଇ ଭାରତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ପଦଯାତ୍ରାରେ ମାନ୍ୟବର ସାଂସଦ ଶ୍ରୀ ପୁରୋହିତ ଆତ୍ମନିର୍ଭର ଭାରତ ଏବଂ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ସମସ୍ତଙ୍କୁ ଶପଥ ପାଠ କରାଇବା ସହିତ ଜିଲ୍ଲା ସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ବିଶିଷ୍ଠ ବ୍ୟକ୍ତି ବିଶେଷ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମହେନ୍ଦ୍ର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ତାହିର ହୁସେନ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅଜୟ କୁମାର ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ ଦେବତା ସମେତ ସମସ୍ତ କମଚାରୀ ମିଳିତ ଭାବେ ଏହାର ଆୟୋଜନ ରେ ସାମିଲ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top