ପୁଖାମୁଣ୍ଡାରେ ବିଜେପୁର କୃଷକ ସଂଗଠନର ବୈଠକ

ପୁଖାମୁଣ୍ଡାରେ ବିଜେପୁର କୃଷକ ସଂଗଠନର ବୈଠକ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପୁଖାମୁଣ୍ଡା ଶିବ ମନ୍ଦିର ପ୍ରଙ୍ଗଣରେ ନିମାଇଁ ଚରଣ ପଧାନଙ୍କ ଅଧ୍ୟକ୍ଷତାରେ ବିଜେପୁର କୃଷକ ସଂଗଠନର ଏକ ବୈଠକ ଅନୁଷ୍ଠିତ ହେଇଥିଲା । ସଂଗଠନର ସଭାପତି ସୁବାଷ ପଧାନଙ୍କ ତତ୍ତ୍ବାବଧାନ ତଥା ବିନୋଦ ବିଶ୍ବାଳଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ରାଜବୋଡାସମର୍ କୃଷକ ସଂଗଠନର ଆଇନ ପରାମର୍ଶଦାତା ଅଜିତ କୁମାର ଶତପଥି, କୃଷକ ସଂଗ୍ରାମୀ ରୋହିତ ପଧାନ ଅତିଥି ଭାବେ ଉପସ୍ଥିତ ରହି ବିଜେପୁର ବ୍ଲକ ଅଞ୍ଚଳର କୃଷକ ମାନଙ୍କୁ ଉତ୍ସାହିତ କରିଥିଲେ ।

ସଭାରେ ଚାଷୀ ମାନଙ୍କ ଅନେକ ସମସ୍ୟା ଯଥା – ଚାଷୀ ପଞ୍ଜିକରଣ, ଧାନ ବିକ୍ରୀ, ଋଣଗ୍ରସ୍ତ ଚାଷୀର ଆତ୍ମହତ୍ୟା, ଅଞ୍ଚଳର ଜଳସେଚନ, ଟାଟା ପାଓ୍ବାର୍ ର ସ୍ମାର୍ଟ ମିଟର ଜରିଆରେ ଟଙ୍କା ଶୋଷଣ, ଆଗାମୀ ଦିନେ ଆନ୍ଦୋଳନ ଏପରି ବିଷୟ ଗୁଡିକୁ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ସଂଗ୍ରାମୀ ପାର୍ବତୀ ଗରିଙ୍କର୍ ନାମରେ ସଂଗଠନର ନାମକରଣ ସହିତ ୧୫ ଜଣିଆ ଏକ କମିଟୀ ବଛା ଯାଇଥିଲା । ପ୍ରଥମେ ଚାଷୀ ସଂଗ୍ରାମୀ ଦିବଙ୍ଗତ ଯଦୁମଣି ପଟେଲ, ଡୋଲାମଣି ସାହୁ, ବଲଭଦ୍ର ପଧାନ, ସଦାନନ୍ଦ ପୂଝାରୀ ପ୍ରମୁଖଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ତାଲପଦର ଗ୍ରାମର ଚାଷୀ ତଥା କୃଷକ ସଂଗଠନର ଜଣେ ସକ୍ରୀୟ କର୍ମୀ ବିକ୍ରମ ପଧାନଙ୍କ ଆରୋଗ୍ୟ କାମନା କରି ମହାଦେବଙ୍କ ଠାରେ ମାନସିକ କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top