

ବିଦ୍ୟାଳୟ ସ୍ତରୀୟ ଶିଶୁ ଦିବସ କାର୍ଯ୍ୟକ୍ରମ
ଚାରପାଲି : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚାରପାଲିରେ ବିଦ୍ୟାଳୟ ସ୍ତରୀୟ ଶିଶୁ ଦିବସ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଭାର୍ଗବ ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଷମା ସାହୁ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ତଥା ଗୌନ୍ତିଆ ଦେବେନ୍ଦ୍ରନାଥ ସାହୁ, ବିଦ୍ୟାଳୟର ଶୁଭଚିନ୍ତକ ତଥା ପୂର୍ବତନ ଚେୟାରପର୍ସନ୍ ଜଗନ୍ନାଥ କୁମ୍ଭାର ଉପସ୍ଥିତ ରହି ସୁଚିନ୍ତିତ ବହୁମୁଲ୍ୟ ବକ୍ତବ୍ୟ ପ୍ରଦାନ କରି ସମମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀମାନେ ଇଂରାଜୀ, ହିନ୍ଦୀ, ସଂସ୍କୃତ ଭାଷାରେ ବକ୍ତବ୍ୟ ପ୍ରଦାନ କରି ମଞ୍ଚାସୀନ ଅତିଥିଗଣଙ୍କ ମନମୁଗ୍ଧ କରିଥିଲେ । ଦଶମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ କନ୍ଧ ଓ ସଂସ୍କୃତ ଶିକ୍ଷକ ଚନ୍ଦ୍ରମଣି ସାହୁ ମଞ୍ଚ ପରିଚାଳନା କରିଥିଲେ ।



