ଜିଲ୍ଲା ସ୍ତରୀୟ ଗଣ୍ଡାବଜା ମହୋତ୍ସବ ୨୦୨୫

ଜିଲ୍ଲା ସ୍ତରୀୟ ଗଣ୍ଡାବଜା ମହୋତ୍ସବ ୨୦୨୫

ବଲାଙ୍ଗିର : ଗଣ୍ଡାବଜାକୁ ପ୍ରୋତ୍ସାହନ, ସମ୍ମାନ ପ୍ରଦାନ ଏବଂ ଏହାର ସୁରକ୍ଷାକୁ ଏକ ସକରାତ୍ମକ ଦିଗ ଦେବା ଉଦ୍ଦେଶ୍ୟରେ ଗଣ୍ଡାବଜା ମହୋତ୍ସବ ୨୦୨୫ ବଲାଙ୍ଗିର ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ଡ.ନିଳାଞ୍ଚଳ ନନ୍ଦଙ୍କ ଆବାହକତ୍ୱ ତଥା ତରଣୀସେନ ଦୀପଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସିଡିଓ ବଲାଙ୍ଗିର ଧି.ତରଣୀ ସୁନା, ମୁଖ୍ୟବକ୍ତା ଡ.ବାସୁଦେବ ସୁନାନୀ, ଅବସରପ୍ରାପ୍ତ ଡେପୁଟି କମିଶନର (ଭାରତ ସରକାର), ସ୍ୱତନ୍ତ୍ର ଅତିଥି ପଦ୍ମଶ୍ରୀ ଡ.ଜିତେନ୍ଦ୍ରୀୟ ହରିପାଲ, ଡିସିଓ ରଶ୍ମି ରଂଜନ ମିଶ୍ର, ବରିଷ୍ଠ କଣ୍ଠଶିଳ୍ପୀ ନବୀନ କୁଅଁର, ବିଜୟ ବାରିକ,

ବାସୁଦେବ ମୁଗ୍ରୀ, ଅଶୋକ କୁମାର ନାଗ, ଦଣ୍ଡଢୋଲ ବାଦକ ମଗଶିର ନନ୍ଦ ଉପସ୍ଥିତ ରହି ଗଣ୍ଡାବଜାର ସ୍ଥିତି ଏବଂ ବୈଜ୍ଞାନିକ ଦିଗ ଉପରେ ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ମଞ୍ଚରେ ଗଣ୍ଡାବଜାକୁ ପୂଜା କରିବା ପରେ 40 ଗୋଟି ଗଣ୍ଡାବଜା ଦଳ ସହର ପରିକ୍ରମା ପରେ ଗଣ୍ଡାବଜା ଉପରେ ହିଁ ନେପାଲ ଚନ୍ଦ୍ର ବାଗଙ୍କ ସଂଯୋଜନାରେ ୧୫ ଜଣ କବିଙ୍କ ଦ୍ୱାରା କବିତା ପାଠ କରାଯାଇଥିଲା ।

ପରେ ଦିଲିପ ଦୀପଙ୍କ ସଂଯୋଜନାରେ ୪୫ ଗୋଟି ଗଣ୍ଡାବଜା ଦଳ ମଞ୍ଚରେ ନିଜର ଦଳଗତ ପ୍ରତିଭା ପ୍ରଦର୍ଶନ ପରେ ସମସ୍ତଙ୍କୁ ସମ୍ମାନୀତ କରାଯାଇଥିଲା । କଣ୍ଠଶିଳ୍ପୀ ଜନ୍ମ ବାରିକ, ଗବେଷକ ଅଶୋକ ଦିପ ଏବଂ ବରିଷ୍ଟ ଗବେଷକ ବିପିନ ବିହାରୀ ବାରିକଙ୍କ ତତ୍ତ୍ୱାବଧାନରେ କଳା ସଂସ୍କୃତି ଓ ସାମାଜିକ କ୍ଷେତ୍ରର ବହୁ ଅଗ୍ରଣୀ ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ କଣ୍ଠଶିଳ୍ପୀ ବିଳମ୍ବ କୁମ୍ଭାର,

ଦିଲିପ ବାଗ, କିଶୋର ବାଗ, ଅର୍ଜୁନ ମୁଗ୍ରୀ, ଭରତ ନାଗ, ଲକ୍ଷ୍ମୀକାନ୍ତ ନାଗ, ଟିକୁ ନନ୍ଦ, ଲକ୍ଷ୍ମଣ ନନ୍ଦ, କିର୍ତ୍ତନ ଦୀପ, ଶମ୍ଭୁ ନାଗ, ସୀତାରାମ କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ସୂର୍ଯ୍ୟମଣି ସୁନା, ନାଟ୍ୟକାର ପ୍ରକାଶ ଚନ୍ଦ୍ର ଥନାପତି, ସମ୍ବାଦିକ ସନ୍ଦିପ କୁଅଁର, ଅଭିନେତା ହିମାଂଶୁ ଖମାରୀ, ବିନୋଦ କାଲସାଏ, ଲଳିତ ପୁଜାରୀ, ପଞ୍ଚାନନ ସେଠ, ଏନ୍‌ଏଫ୍‌ଆଇଡି ର ପ୍ରଭାତ ମହାନନ୍ଦ, ସବିତା ନନ୍ଦ, ରୁପାଲି ମହାନନ୍ଦ, ଡ.ବାସନ୍ତି ନନ୍ଦ, ଜପ ମୁଗ୍ରୀ,

ସୁରେଶ ବାରିକ, ନବିନ ବେହେରା, ନିହାଲ ସିଂ, ଶିବ ଶଙ୍କର ପ୍ରଧାନ, ରାଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆବାହକ ଡ. ନିଳାଞ୍ଚଳ ନନ୍ଦ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ ମହୋତ୍ସବରେ ଶହ ଶହ ଗଣ୍ଡାବଜା କଳାକର, ହଜାର ସଂଖ୍ୟାରେ ଦର୍ଶକଙ୍କ ସମେତ ପଶ୍ଚିମ ଓଡିଶାର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ରହି ମହୋତ୍ସବକୁ ସଫଳ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top